Take a fresh look at your lifestyle.

କଙ୍କଡ଼ାହାଡ଼ ଯାତ୍ରା ପଡିଆରେ ବିଜେଡି ର ପ୍ରତିଷ୍ଠା ଦିବସ ପାଳନ

0 43

Get real time updates directly on you device, subscribe now.

 କଙ୍କଡ଼ାହାଡ଼ : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଯାତ୍ରା ପଡିଆରେ ବିଜୁ ଜନତା ଦଳ ପକ୍ଷରୁ 25 ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଅଛି। କଙ୍କଡ଼ାହାଡ଼ ବ୍ଲକର ଲୋକ ପ୍ରିୟ ଯୁବ ଅଧ୍ୟକ୍ଷ କାର୍ତ୍ତିକ ସାହୁ ସଭାପତିତ୍ୱ ଅନୁଷ୍ଠିତ ହୋଇଯାଇଛି । ପରଜଙ୍ଗ ନିର୍ବାଚନ ମଣ୍ଡଳୀର  ବିଧାୟକ ତଥା ପୂର୍ବତନ ପରିବହନ ମନ୍ତ୍ରୀ ଡ଼ଃ ନୃସିଂହ ଚରଣ ସାହୁ ନବୀନ ସରକାରଙ୍କ ୨୫ବର୍ଷର ସଫଳତାର ଯାତ୍ରା ଉପରେ ଆଲୋକପାତ କରିଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନେ ବିଜେଡି ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।  ବିଜୁଜନତା ଦଳର ସଭାପତି ରମେଶ ଚନ୍ଦ୍ର ସାହୁ, ଗୁଣନିଧି ସାହୁ, ବିଷ୍ଣୁସେନ ସାହୁ, ରାଜକିଶୋର ସାହୁ, ରାଜେନ୍ଦ୍ର ସ୍ୱାଇଁ, ପ୍ରଦୀପ ସେଠ ସମେତ ଅନେକ ବିଜୁ ଜନତା ଦଳ କର୍ମି ଉତ୍ସବରେ ଯୋଗଦାନ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.