Take a fresh look at your lifestyle.

ଭୁବନରେ ବିଜୁ ଜନତା ଦଳ ର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ

ଓଡ଼ିଶାର ଲୋକମାନଙ୍କ ସେବାରେ ବିଜେଡି ଦଳ ନିଜକୁ ନିୟୋଜିତ କରିଛି

0 203

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ଏ ଏନ୍ ଏସି ଯାତ୍ରା ପଡିଆ ଠାରେ ରବିବାର ବିଜୁ ଜନତା ଦଳ ର ୨୫ ତମ ପ୍ରତିଷ୍ଠା ଦିବସ ମହା ଆଡ଼ମ୍ବରର ସହ ପାଳିତ ହୋଇଯାଇଛି । ପ୍ରତିଷ୍ଠା ଦିବସରେ ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳର ଆଭିମୁଖ୍ୟ ଓ ଲୋକପ୍ରିୟ ମୁଖ୍ୟ ମନ୍ତ୍ରୀଙ୍କ ଶାସନକୁ ଆପଣାଇ ଅନ୍ୟ ଦଳର ଲୋକମାନେ ବିଜେଡି ଦଳରେ ସାମିଲ ହେଉଛନ୍ତି ବୋଲି କହିଥିଲେ । ଓଡ଼ିଶାର ସମସ୍ତ ଲୋକମାନଙ୍କ ସେବାରେ ବିଜେଡି ଦଳ ନିଜକୁ ନିୟୋଜିତ କରିଦେଇ ସମସ୍ତଙ୍କ ସମସ୍ୟାକୁ ଦୁରେଇ ଦେବରାଜ ପ୍ରୟାସ ଦଳକୁ ୨୫ ବର୍ଷରେ ପହଂଚାଇଵାରେ ସହାୟକ ହୋଇପାରିଛି ବୋଲି କହିଥିଲେ । ମହିଳା ବିଜେଡି ଜିଲା ସମ୍ପାଦିକା ତିଳୋତମା ଚୌଧୁରୀ ଯୋଗଦେଇ କହିଥିଲେ ,ବିଜେଡି ସରକାର ଙ୍କ ବହୁମୁଖୀ ଯୋଜନା ରେ ଲୋକ ମାନେ ଉପକୃତ ହେଉଛନ୍ତି, ମହିଳା ସ୍ୱୟଂ ସହାୟକ ଗୋଷ୍ଟି ଗୁଡିକରେ ରାଜ୍ୟ ର ବିକାଶ କୁ ତ୍ୱରାନ୍ୱିତ କରୁଛନ୍ତି ।

ଭୁବନ ବିଜେଡି ସଭାପତି ତଥା ଏ ଏନ୍ ଏସି ର ପୂର୍ବତନ ଅଧ୍ୟକ୍ଷ ନନ୍ଦ କିଶୋର ସାହୁ ଅଧକ୍ଷତା କରିଥିବା ବେଳେ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ଵରାଳ, ଉପାଧ୍ୟକ୍ଷ ସୁଭଦ୍ରା ପାତ୍ର, ଵ୍ଲକ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁ, ଭୁବନ ବ୍ଲକ ମହିଳା ବିଜେଡି ସଭାନେତ୍ରୀ ସନ୍ଧ୍ୟାରାଣୀ ନାୟକ,   ରାଜ୍ୟ ଛାତ୍ର ବିଜେଡ଼ି ସମ୍ପାଦକ ସଞ୍ଜିବ କୁମାର ପୃଷ୍ଟି ଅତିଥି ଭାବେ ଯୋଗଦେଇଥିଲେ ।

କାର୍ଯକ୍ରମକୁ ଢେଙ୍କାନାଳ ବିଜେଡି ସମ୍ପାଦକ ଅଜୟ କୁମାର ସେଠୀ ପରିଚାଳନା କରିଥିବା ସହିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଅଞ୍ଚଳର ସମସ୍ତ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ରହି ବିଜେଡି ଦଳର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରତିଷ୍ଠା ଦିବସରେ ଭୁବନ ଵ୍ଲକ ଓ ଏ ନ ଏସି ର ହଜାର ହଜାର ମହିଳା ଓ ପୁରୁଷ ବିଜେଡିକୁ ଭଲପାଉଥିବା ସଦସ୍ୟ ମାନେ ଉପସ୍ଥିତ ଥିଲେ ।

- Advertisement -

Leave A Reply

Your email address will not be published.