Take a fresh look at your lifestyle.

ତାଳଚେର ଫ୍ରେଣ୍ଡସ୍ କ୍ରିକେଟ କ୍ଲବ କୁ ହରାଇ ଭୁବନ କ୍ରିକେଟ କ୍ଲବ ବିଜୟୀ

୩୦ତମ ସର୍ବ ଭାରତୀୟ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ

0 52

Get real time updates directly on you device, subscribe now.

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ମିନି ଷ୍ଟାଡିୟମ ଠାରେ ଚାଲିଥିବା ୩୦ତମ ସର୍ବ ଭାରତୀୟ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ସୋମବାର ତାଳଚେର ଫ୍ରେଣ୍ଡସ୍ କ୍ରିକେଟ କ୍ଲବ ଏବଂ ଭୁବନ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିଣି ଭୁବନ କ୍ରିକେଟ କ୍ଲବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ମଧ୍ୟରେ ୯ ଓ୍ଵିକେଟ ହରାଇ ୨୦୧ ରନ ସଂଗ୍ରହ କରିଥିଲେ ।

ଭୁବନ ଦଳ ପକ୍ଷରୁ ଆଶିଷ ଦାଶ ସର୍ବାଧିକ ୩୯ ବଲର ସମ୍ମୁଖୀନ ହୋଇ ୫୯ ରନ ସଂଗ୍ରହ କରିଥିଲେ । ସେଥିରେ ୩ଟି ଛକା ଓ ୫ ଟି ଚଉକା ସାମିଲ କରିଥିଲେ । ଜବାବରେ ତାଳଚେର ଦଳ ୨୦ ଓଭର ବ୍ୟାଟିଂ କରି ୮ ୱିକେଟ ହରାଇ ୧୭୭ ରନ କରି ପରାଜୟର ସମ୍ମୁଖୀନ ହୋଇଥିଲା । ତାଳଚେର ଦଳ ପକ୍ଷରୁ ରାକେଶ ଦାଶ ୪୪ ଟି ବଲର ସମ୍ମୁଖୀନ ହୋଇ ସର୍ବାଧିକ ୫୮ ରନ ସଂଗ୍ରହ କରି ଥିଲେ । ସେଥିରେ ଓ ୯ଟି ଚଉକା ସାମିଲ କରିଥିଲେ ।

ଭୁବନ ଦଳର ଆଶିଷ ଦାଶ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇ ଅତିଥିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ଖେଳକୁ ବିପିନ ବିହାରୀ ସେଠୀ ଓ ସବ୍ୟସାଚି ସାହା ପରିଚାଳନା କରିଥିବା ବେଳେ ବିପିନ କୁମାର ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ । ମଙ୍ଗଳବାର ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.