Take a fresh look at your lifestyle.

ପାରିବାରିକ ସ୍ନେହ ଶ୍ରଦ୍ଧାର ଉଦାହରଣ ଶ୍ରୀହରି ପରିବାର

୧୬ ବର୍ଷ ଧରି ପରିବାର ବର୍ଗ ଏକତ୍ରିତ ହୋଇ ସମାଜକୁ ପରିବାରର ସ୍ନେହ ଶ୍ରଦ୍ଧା ବିତରଣରେ ମୂଲ୍ୟବୋଧ ଜଣାଇ ଆସୁଛନ୍ତି

0 14

Get real time updates directly on you device, subscribe now.

ଢେଙ୍କାନାଳ :ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ଅନ୍ତର୍ଗତ ଇନ୍ଦିପୁର ତଳ ନୂଆସାହିରେ ଶ୍ରୀହରି କୁଟୀର ଗ୍ରାମର ବଡ ପରିବାର ଭାବରେ ପରିଚିତ । ପ୍ରତିବର୍ଷଭଳି ଚଳିତ ବର୍ଷ ମଧ୍ୟ ବଡଦିନରେ ୧୬ ବର୍ଷ ଧରି ପରିବାର ବର୍ଗ ଏକତ୍ରିତ ହୋଇ ସମାଜକୁ ପରିବାରର ସ୍ନେହ ଶ୍ରଦ୍ଧା ବିତରଣରେ ମୂଲ୍ୟବୋଧ ଜଣାଇ ଆସୁଛନ୍ତି ।

ଏହି ପରିବାରର ସଦସ୍ୟ ମାନେ ପିତା ପଙ୍କଜ ପୃଷ୍ଟି ମାତା ରେଣୁବାଳାଙ୍କ ପାଦ ପୂଜା କରିଥାନ୍ତି । ନଅ ଭାଇ ଚାରି ଭଉଣୀଙ୍କ ସମେତ ୭୨ ଜଣ ପରିବାର ସଦସ୍ୟ ମୃତକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ନବଜାତଙ୍କ ପାଇଁ ସ୍ୱାଗତ ଜଣାଇଥାନ୍ତି । ପରିବାରର ଅନେକ ସଦସ୍ୟ ଡାକ୍ତର ,ଶିକ୍ଷୟତ୍ରୀ, ବ୍ୟବସାୟୀ ବୃତ୍ତିରେ ଜଡିତ ଅଟନ୍ତି ।

ଆଜିର ଏହି ଦିନରେ ବିଭିନ୍ନ ଶ୍ରେଣୀର ଅତିଥି ପରିବାର ଗ୍ରହଣରେ ଉପସ୍ଥିତ ରହି ଏହି ପାରିବାରିକ ସ୍ନେହଶ୍ରଦ୍ଧାର ସମ୍ପର୍କକୁ ଉପଲବ୍ଧ କରିଥାନ୍ତି । କବି ଦୁଃଶା ସାହୁଙ୍କ କବିତା ପାଠ ସହିତ କବି କାମାକ୍ଷା ପ୍ରସାଦ ବେହେରାଙ୍କତତ୍ୱର୍ଦ୍ଶୀ ବକ୍ତବ୍ୟକୁ ନେଇ ପରିବାର ବର୍ଗ ଦେଶ ଗର୍ବ ଅନୁଭବ କରିଥିଲେ । ପରିବାରର ସଦସ୍ୟ ଅଜୟ କୁମାର ପୃଷ୍ଟିଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦକ ହୋଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.