Take a fresh look at your lifestyle.

ଶକ୍ତି ସୁ୍ଗାର୍ସ ମଧ୍ୟରୁ ଡ୍ରାଇଭରଙ୍କ ମୃତ ଦେହ ଉଦ୍ଧାର

0 5

Get real time updates directly on you device, subscribe now.

ଢେଙ୍କାନାଳ :ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଶକ୍ତିସୁଗାର୍ସ କାରଖାନାପରିସରରୁ ଜଣେ ଡ୍ରାଇଭରଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି । ଗତ କାଲି ରାତିରେ ଏକ ଟ୍ରକ ଜଗତସିଂହପୁର ରୁ ଆଖୁ ବୋଝେଇ କରି କାରଖାନାକୁ ଆସିଥିଲା । ଟ୍ରକଟି ରାତି ୧୨ଟା ୧୧ରେ କାରଖାନାରେ ଟ୍ରକଟି ପ୍ରବେଶ କରିଥିଲା ।

ଶୁକ୍ରବାର ସକାଳ ସମୟରେଟ୍ରକ ମଧ୍ୟରୁ ଡ୍ରାଇଭରର ମୃତ ଦେହକୁ ଉଦ୍ଧାର କରାଯାଇଛି । ଡ୍ରାଇଭରଙ୍କ ଘର ଜଗତସିଂହପୁର ତର୍ଜଙ୍ଗା ଗ୍ରାମର ବୋଲି ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ ତଦନ୍ତ ଚଳାଇଛି । ଜିଲ୍ଲା ଡ୍ରାଇଭର ସଂଘର ସଭାପତି ନରୋତ୍ତମ ବେହେରାଙ୍କ ନିଦେ୍ର୍ଦଶରେ ସଦର ଡ୍ରାଇଭର ସଂଘର ସଦସ୍ୟ ମାନେ ମୃତ ଦେହ ପାଖରେ ପହଞ୍ଚି ଶୋକ ପ୍ରକାଶ କରିଛନ୍ତି । ତୁରନ୍ତ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶୃତି ପୂରଣ କରନ୍ତୁ ବୋଲି ଡ୍ରାଇଭର ମାନେ ପ୍ରକାଶ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.