Take a fresh look at your lifestyle.

ବେଗା ମହୋତ୍ସବ ଉଦଯାପିତ

0 25

Get real time updates directly on you device, subscribe now.

ଢେ଼ଙ୍କାନାଳ : ଗଁଦିଆ ବ୍ଲକ ର   ବେଗା ଗ୍ରାମରେ ମା ତାରିଣୀ ଫ୍ରେଣ୍ଡ୍ସେ  କ୍ଳବ୍ ସହଯୋଗ ରେ ତିନିଦିନ ଧରି ଚାଲୁଥିବା ପ୍ରଥମ ବାର୍ଷିକ ବେଗା ମହୋତ୍ସବ ଗତ କାଲି ବିଳମ୍ବିତ ରାତ୍ରୀ ରେ  ଉଦଯାପିତ  ହୋଇଯାଇଛି | ଏହିକାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ  ଶ୍ରୀ ଚୈତନ୍ୟ ଇନଷ୍ଟିଚୁଟ ଫର ସାଇନ୍ସ ଏବଂ ଇମେଜ ସାଇନ୍ସ କଲେଜ ଭୁବନେଶ୍ୱର ର ଡ଼ାଇରେକ୍ଟର କମ ପ୍ରିନ୍ସିପାଲ ପ୍ରଫେସର (ଡ଼ଃ )ଶଶାଙ୍କ ଶେଖର କାନୁନଗୋ  ,ମୁଖ୍ୟବକ୍ତା ଲାଉଲଇ ର ଯୁବ ଉଦ୍ୟଗୋପତି ବିଜୟ କୁମାର ରାଉତ (ବୁଲୁ ବାବୁ ) ଯୋଗ ଦେଇଥିଲେ |

ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ସଂମ୍ମାନୀତ ଅତିଥି ଭାବେ ଯୁବ ସମାଜସେବୀ ତ୍ରୈଲୋକ୍ୟ କୁମାର ସେଠୀ ,କାର୍ତ୍ତିକ ପାତ୍ର,କୁମରଧର ମଳିକ ପ୍ରମୁଖ ଯୋଗଦେଇଥିଲେ | ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଯାପନୀ  କରିଥିଲେ | ଏହି ଉତ୍ସବରେ ଗଁଦିଆ ଡିଜିଟାଲ ମିଡିଆ ଆସୋସିଏସନ୍ ର ସହ  ସମ୍ପାଦକ ସୋମ୍ୟରଞ୍ଜନ  ମହାନ୍ତି ଙ୍କ ସମେତ ବେଗା ପଞ୍ଚାୟତର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଙ୍କୁ  ସମ୍ମାନୀତ କରାଯାଇଛି |ଆଗାମୀ ବର୍ଷ ଗୁଡ଼ିକରେ ରେ ଉକ୍ତ ଉତ୍ସବ କୁ କିପରି ସରସ ସୁନ୍ଦର କରାଯାଇପାରିବ ସେଥିପାଇଁ ବକ୍ତା  ମାନେ ନିଜନିଜର ଅଭିଭାଷଣ ରେ ମତ ବ୍ୟକ୍ତ କରିଥିଲେ।

ଉତ୍ସବ ରେ ସ୍ଥାନିୟ   କଳାକାର ତଥା କୁନିକୁନି  ପିଲାମାନଙ୍କ ଦ୍ୱାରା ନାଚଗୀତ ର ଆୟୋଜନ କରାଯାଇଥିଲା| ସେମାନଙ୍କ ମଧ୍ୟରୁ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଥିବା କଳାକାର ମାନଙ୍କୁ ମୁଖ୍ୟ ଅତିଥି ଓ ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା  |  ମିନା ବଜାରର ମଜା ନେବା ସହ ବିଭିନ୍ନ ଦୋଳି ର ମଜା ଦର୍ଶକମାନେ ନେଉଥିବା ଦେଖିବାକୁ ମିଳିଥିଲା। ଏହିକାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରେଇବା ପାଇଁ ଅକ୍ଷୟ କୁମାର ଲେଙ୍କା  ତିନିଦିନ ଧରି ମଞ୍ଚ ପରିଚାଳନା କରିଥିଲେ   |

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.