Take a fresh look at your lifestyle.

ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

0 47

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳସଦର ବ୍ଲକ ଅନ୍ତର୍ଗତ କଙ୍କଡାହାଡ ଗ୍ରାମ ପଞ୍ଚାୟତ ସାରିଅଁ ପ୍ରାଥମିକ ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନିରାକାର ଶତପଥୀଙ୍କର ୮୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ଧରି ଅସୁସ୍ଥ ରହି ବଣସିଂହ ସ୍ଥିତ ଶଙ୍କରପୁର ବାସଭବନରେ ଚିକତ୍ସା ହେଉଥିଲେ । ତାଙ୍କ ବିୟୋଗରେ ବଣସିଂହ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଚି ।

ସେ ଢେଙ୍କାନାଳ ସଦର ବ୍ଲକ ସାରିଅଁ ପ୍ରାଥମିକ ବିଦ୍ୟାଳୟରୁ ୧୯୯୫ ମସିହାରେ ଅବସର ଗ୍ରହଣ କରି ବଣସିଂହ ଠାରେ ରହି ଆସୁଥିଲେ । ସେ ଗଁଦିଆ ବ୍ଲକ ର ଗୁଣ୍ଡୁରାପଶି ସମେତ ବଣସିଂହ (ଖ) ପ୍ରାଥମିକ ବିଦ୍ୟାଳରେ ଦୀର୍ଘଦିନ ଶିକ୍ଷାଦାନ କରି ଛାତ୍ରଛାତ୍ରୀ ମହଲରେ ବେଶ ପରିଚିତ ଥିଲେ । ତାଙ୍କ ମୃତ୍ୟୁ ଶଯ୍ୟାରେ ଜ୍ୟେଷ୍ଠ ପୁତ୍ର ନିରଞ୍ଜନ, କନିଷ୍ଠ ପୁତ୍ର ନିମାଇଁ ଝିଅ ମିନତୀଙ୍କ ସମେତ ଆତ୍ମୀୟ ସ୍ୱଜନ ଓ ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.