Take a fresh look at your lifestyle.

କେନାଲ ରକ୍ଷଣାବେକ୍ଷଣ ସଂପର୍କିତ ପ୍ରଶିକ୍ଷଣ

0 26

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ସେଚାଂଚଳ କୃଷକ ତାଲିମ କେନ୍ଦ୍ର ପରିସରରେ ଦିନିକିଆ କୃଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସମୁଦାୟ ୩୦ଜଣ କୃଷକ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ । ୱାଲମୀର ଭୁବନ ଶାଖା ପରିଚାଳକ ପ୍ରଦ୍ୟୁମ୍ନ କୁମାର ମିଶ୍ର ସ୍ୱାଗତ ଭାଷଣ ଓ ଅକ୍ଷୟ କୁମାର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଇଂ ଦାମୋଦର ସାହୁ, ଇଂ କୃଷ୍ଣ ଚନ୍ଦ୍ର ରାଉତ, ଇଂ ବଂଶୀଧର ସ୍ୱାଇଁ, ଉପନିର୍ଦେଶକ ଆମୋଦ କୁମାର ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ପ୍ରଦୀପ କୁମାର ସାହୁ, କୃଷି ବିଶାରଦ ରଂଜନ କୁମାର ନାୟକ, ପ୍ରଭାତ ଦାସ, ଅରୁଣ କୁମାର ଓତା ପ୍ରମୁଖ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଭୁବନ କୃଷକ ସମାଜର ସଂପାଦକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Leave A Reply

Your email address will not be published.