Take a fresh look at your lifestyle.

ସାତ୍ତ୍ୱିକ ଅନ୍ନ ଭୋଜନକୁ ଆପଣାର କଲେ ମାନବ ସୁଖ ଶାନ୍ତିରେ ରହିପାରିବ

ପ୍ରଜାପିତା ବ୍ରହ୍ମାକୁମାରୀ ତରଫରୁ ଆଲୋଚନା ଚକ୍ର

0 11

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସଦର  ଅନ୍ତର୍ଗତ ହରିପୁର ପ୍ରଜାପିତା ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପରିସରରେ ବିଶ୍ୱରେ ଶାନ୍ତି ସ୍ଥାପନ ପାଇଁ ମାନବର ସକାରାତ୍ମମ ଚିନ୍ତନ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନଗର ବନ୍ଧୁ ଉପାଧିପ୍ରାପ୍ତ ଭୁବନେଶ୍ୱର ଶାାଖାର ସବ-ଜୋନ ଇନଚାର୍ଜ ବ୍ରହ୍ମାକୁମାରୀ ଲୀନା ଦିଦି ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ରାଜଯୋଗୀ ବ୍ରହ୍ମକୁମାର ଯୋଦ୍ଧା ସିଂହ, ମଧୁବନୀ ବ୍ରହ୍ମାକୁମାର ରାଜେସ୍, କାମାକ୍ଷାନଗରର ମୁଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ପ୍ରଭା , ପାଲଲହଡା ଶାଖାର ମୁଖ୍ୟ ସଂଞ୍ଚାଳିକା ବ୍ରହ୍ମାକୁମାରୀ ସଖୀ ପ୍ରମୁଖ ଯୋଗଦେଇଥିଲେ ।

ବର୍ତ୍ତମାନର ସମାଜରେ ପ୍ରାକୃତିକ ବିପର୍ଯ୍ୟୟ ମାନବର ଅସନ୍ତୁଳନ କାର୍ଯ୍ୟାଧାରା ଅତିକଷ୍ଠଦାୟୀ ଅଟେ । ସେହି କାର୍ଯ୍ୟରୁ ମୁକ୍ତି ପାଇବା ନିମନ୍ତେ ଆଧ୍ୟତ୍ମିକ ବାଦୀ ସହଜ ରାଜଯୋଗଅଭ୍ୟାସ । ସାତ୍ତ୍ୱିକ ଅନ୍ନ ଭୋଜନକୁ ଆପଣାର କଲେ ମାନବ ସୁଖ ଶାନ୍ତିରେ ରହିପାରିବ ବୋଲି ମୁଖ୍ୟବକ୍ତା ମତବ୍ୟକ୍ତ କରିଥିଲେ । ବରିଷ୍ଠ ଭ୍ରାତା ଯୋଦ୍ଧାସିଂହ ରାଜଯୋଗ ଅଭ୍ୟାସ ଶିକ୍ଷା ପ୍ରଦାନ କରିଥିଲେ ।

ବ୍ରହ୍ମାକୁମାରୀ ପ୍ରଭା ଆତ୍ମିକ ଦୃଷ୍ଟି ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମାକୁମାର ବସନ୍ତ,ହରିପୁର ଶାଖା ସଞ୍ଚାଳିକା ବ୍ରହ୍ମାକୁମାରୀ ରୀତା, ବ୍ରହ୍ମାକୁମାରୀ ଅର୍ଚ୍ଚନା, ସେବାକେନ୍ଦ୍ରର ଜୟନ୍ତୀ, ସଞ୍ଜୁକ୍ତା, ମନୋରମା, ମମତା, ଗୋବିନ୍ଦ, ସନ୍ତୋଷ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଗ୍ରାମ ସଭାପତି ରଞ୍ଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.