Take a fresh look at your lifestyle.

ବିକ୍ରମ ପାଣି ଙ୍କ ଏକାଦଶାହ ରେ ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ୍ ର ଶ୍ରଦ୍ଧାଞ୍ଜଳି

0 9

ଢେଙ୍କାନାଳ : ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ୍ ର ସଭାପତି ସ୍ୱର୍ଗତଃ ବିକ୍ରମ କେଶରୀ ପାଣିଙ୍କ ଏକାଦଶାହ ଅବସରରେ ତାଙ୍କର ରାମେଶ୍ବରପୁର ବାସଭବନ ଠାରେ ଆସୋସିଏସନ୍ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।

ଏଥିରେ ରାଜ୍ୟ ଔଷଧ ବ୍ୟବସାୟୀ ସଂଘ ର ସାଧାରଣ ସମ୍ପାଦକ ପ୍ରଶାନ୍ତ ମହାପାତ୍ର, କଟକ ଜିଲ୍ଲା ସଂଘ ର ସଭାପତି ଭାଗବତ ସାହୁ, ମନୋରଞ୍ଜନ ବଳ, ଅନଗୁଳ ଜିଲ୍ଲା ସଂଘ ର ସମ୍ଫାଦକ ନିର୍ମଳ ମିଶ୍ର, ବିପିନ୍ ମହାପାତ୍ର, ଭଦ୍ରକ ଜିଲ୍ଲା ସଂଘ ର ସମ୍ପାଦକ ଦୀପକ ଆଚାର୍ଯ୍ୟ, ଢେଙ୍କାନାଳ ଜିଲ୍ଲା ସଂଘ ର କର୍ମକର୍ତ୍ତା ମାନସ ହୋତା, ମିହିର ରାଉତ, ପ୍ରଦ୍ୟୁମ୍ନ ପାଢ଼ୀ, ଦୀନେଶ ରାଉତ, ସୁନୀଲ ଦାଶ, ପ୍ରମୋଦ ମିଶ୍ର,ପ୍ରଭାତ ପାଣି, ପ୍ରଦୀପ୍ତ ମିଶ୍ର,ବିଧୁ ପଟ୍ଟନାୟକ, ବିକାଶ କେଡିଆ, ଆଶୀଷ ମିଶ୍ର, ଦୀପକ କେଡିଆ, ଦେବାଶିଷ ମିଶ୍ର, ମନୋରଞ୍ଜନ ରଥ, ବିଷ୍ଣୁ ସାହୁ, ପ୍ରଭାତ ବେହେରା,ଅଶିତ ମିଶ୍ର, ସଂଗ୍ରାମ ସିଂହ, ଜିତେନ୍ଦ୍ର ଦାଶ, ବିଶ୍ଵଜିତ ନାୟକ,ଲିଟୁ ତ୍ରିପାଠୀ, ପ୍ରଭାତ ମିଶ୍ର ପ୍ରମୁଖ ଯୋଗ ଦେଇ ଦୀବଙ୍ଗତ ଆତ୍ମା ଙ୍କ ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଉକ୍ତ ସଭାକୁ ଜିଲ୍ଲା ସମ୍ପାଦକ ଦିଲ୍ଲୀପ ମିଶ୍ର ସଂଯୋଜନା କରିଥିବା ବେଳେ ଅନେକ ସମାଜସେବୀ ଓ ବୁଦ୍ଧିଜୀବିମାନେ ଯୋଗ ଦେଇଥିଲେ ।

- Advertisement -

Leave A Reply

Your email address will not be published.