Take a fresh look at your lifestyle.

କଳାକାର ଭତ୍ତା କୋଟା ସଂଖ୍ୟା ୪ ହଜାରକୁ ବୃଦ୍ଧି କରିବାକୁ ଦେବାଶିଷଙ୍କ ଦାବି 

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି

0 13

Get real time updates directly on you device, subscribe now.

ଢେଙ୍କାନାଳ :  ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲା ଦ୍ୱୟର କୋଟା ସଂଖ୍ୟା ୪ ହଜାର ଲେଖାଏଁକୁ ବୃଦ୍ଧି କରିବା ନିମନ୍ତେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି  ଅଲ୍ ଓଡିଶା କୀର୍ତ୍ତନ କଳାକାର ମହାସଂଘ ରାଜ୍ୟ ଅଧ୍ୟକ୍ଷ ଇଂ. ଦେବାଶିଷ ହୋତା  ।

 ଏଠାରେ ପ୍ରକାଶ ଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଢେଙ୍କାନାଳ ଜିଲ୍ଲାର ୭ ହଜାର ୮ ଶହ ସତାନବେ ଜଣ କଳାକାର ଆବେଦନ କରିଛନ୍ତି । ଅଥଚ ଜିଲ୍ଲାର କୋଟା ସଂଖ୍ୟା ମାତ୍ର ୨ ଶହ ଅଛି । ଯାହାକି ସମୁଦ୍ରକୁ ଶଂଖେ ସଦୃଶ ।

     ଏହି କୋଟା ସଂଖ୍ୟାକୁ ବଢା ନ ଗଲେ ଜିଲ୍ଲା ଦ୍ୱୟର କଳାକାରମାନଙ୍କ ପ୍ରତି ଅନ୍ୟାୟ ହେବ । ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲା ଦ୍ୱୟର କଳାକାରମାନଙ୍କୁ ଉପଯୁକ୍ତ ସମ୍ମାନ ଦିଆଯିବା ନିମନ୍ତେ ଜିଲ୍ଲା ଦ୍ୱୟର କୋଟା ସଂଖ୍ୟା ୪ ହଜାର ଲେଖାଏଁକୁ ବୃଦ୍ଧି କରିବାର ନିହାତି ଆବଶ୍ୟକତା ରହିଛି।

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଶ୍ଚିତ ଭାବରେ କଳାକାରମାନଙ୍କର ହିତ ଦୃଷ୍ଟିରୁ  ଢେଙ୍କାନାଳ ଏବଂ ଅନୁଗୁଳ ଉଭୟ ଜିଲ୍ଲାର “ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା”ର କୋଟା ସଂଖ୍ୟା ୪ ହଜାର ଲେଖାଏଁକୁ ବୃଦ୍ଧି କରିବେ ବୋଲି  ଇଂ. ହୋତା ଆଶା ପ୍ରକାଶ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.