Take a fresh look at your lifestyle.

ଇ-ଟେକ୍ ଆବାସିକ ମହାବିଦ୍ୟାଳୟ: ରୋଜାଲିନ୍,ମଳୟ ମଞ୍ଜରୀଙ୍କ ସଫଳତା

ଶ୍ରେଷ୍ଠତ୍ୱ ପାଇଁ ମହାବିଦ୍ୟାଳୟର ପରିଚାଳନା କମିଟି ନିର୍ଦେଶକ , ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀଙ୍କ ଶୁଭେଚ୍ଛା

0 8

Get real time updates directly on you device, subscribe now.

ଢେଙ୍କାନାଳ : ଉକ୍ରଳ ବିଶ୍ୱ ବିଦ୍ୟାଳୟ ସ୍ନାତକ ପରୀକ୍ଷାରେ ଇ-ଟେକ୍ ଆବାସିକ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଛାତ୍ରୀ ରୋଜାଲିନ୍ ବେହେରା ସପ୍ତମ ସ୍ଥାନ ଅଧିକାର କରିଛନ୍ତି । ସେ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ପିଙ୍ଗୁଆର ଶୈଳବାଳା ବେହେରା ଓ ଯୁଗଳ କିଶୋର ବେହେରାଙ୍କ ସୁକନ୍ୟା ।

ସେହିପରି ରସାୟନ ବିଜ୍ଞାନରେ ଛାତ୍ରୀ ମଳୟ ମଞ୍ଜରୀ ବେହେରା ନବମ ସ୍ଥାନ ଅଧିକାର କରି ମହାବିଦ୍ୟାଳୟର ନାମକୁ ଗୌରବାନ୍ୱିତ କରିଛନ୍ତି । ସେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାସ୍ଥ କୁମ୍ଭାର ସାହିର ଲିଲି ବେହେରା ଓ ସତ୍ୟାନନ୍ଦ ବେହେରାଙ୍କ ସୁକନ୍ୟା ବୋଲି ଜଣାପଡିଛି । ମହାବିଦ୍ୟାଳୟର ଶତପ୍ରତିଶତ ସଫଳତା ତଥା ଛାତ୍ରୀ ଦ୍ୱୟଙ୍କର ଶ୍ରେଷ୍ଠତ୍ୱ ପାଇଁ ମହାବିଦ୍ୟାଳୟର ପରିଚାଳନା କମିଟି ନିର୍ଦେଶକ , ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀମାନେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.