Take a fresh look at your lifestyle.

କ୍ରସ୍ ବାରିଅର ନଥିବାରୁ ଦୁର୍ଘଟଣା , ପୂର୍ତ୍ତ ଅଧିକ୍ଷଣ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳଙ୍କ ଦୃଷ୍ଟି ପଡ଼ୁ

ରାସ୍ତାକଡ଼ ବିଲରେ ପଡି ଜଣେ ଯୁବକର ମୃତ

0 15

Get real time updates directly on you device, subscribe now.

ଢେଙ୍କାନାଳ  : ଢେଙ୍କାନାଳ ସଦର ଥାନାର ତରଭା ଫାଣ୍ଡି ଅନ୍ତର୍ଗତ ବରହତା ଗାଁ ନିକଟ ପୂର୍ତ ବିଭାଗ ରାସ୍ତାକଡ଼ ବିଲରେ ପଡି ଜଣେ ଯୁବକର ମୃତ ଘଟିଛି । ମୃତ ଯୁବକ ଜଣକ ହେଉଛନ୍ତି, ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଆତିଣ୍ଡା ଗ୍ରାମର ବଳରାମ ବେହେରା(୨୫) ବୋଲି ଜଣାପଡିଛି ।

ପ୍ରକାଶ ଯେ, ରବିବାର ଅପରାହ୍ନ ୩ଟା ୪୫ମିନିଟ୍ ଚାଉଳିଆ ପଂଚାୟତ ଅନ୍ତର୍ଗତ ସୁନ୍ଦରପଡ଼ା ଗାଁରୁ ବଳରାମ ଏକ ମୋଟରସାଇକେଲ ଯୋଗେ ଆତିଣ୍ଡାକୁ ଯାଉଥିଲେ । ବରହତା ଠାରୁ ପାଟରାଣୀ ମଝିରେ ଥିବା ଏକ ଗହିର ବିଲ ମଧ୍ୟର ଭାରସାମ୍ୟ ହରାଇ ମୋଟରସାଇକେଲ ସହ ଖସି ପଡିଥିଲେ । ତାଙ୍କୁ ମୁର୍ମୁଷୁ ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା । ଡାକ୍ତରଖାନାରେ ପହଂଚିବା ପୂର୍ବରୁ ବଳରାମଙ୍କର ମୃତ୍ୟୁ ଘଟିଥିଲା ।

ପ୍ରକାଶ ଥାଉକି, ବଳରାମଙ୍କର ଗୋଟିଏ ଛୋଟ ଝିଅ ଓ ବିଧାବ ପତ୍ନୀ ରହିଛନ୍ତି । ଖବର ପାଇ ତରଭା ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଂଚି ବାଇକକୁ ଜବତ କରିଛନ୍ତି । ପୂର୍ତ ବିଭାଗ ବୁଲାଣି ରାସ୍ତାରେ କ୍ରସ୍ ବାରିଅର ନଥିବାରୁ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ଢେଙ୍କାନାଳ ପୂର୍ତ୍ତ ଅଧିକ୍ଷଣ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳଙ୍କ ଦୃଷ୍ଟି ପଡ଼ୁଙ୍କ ଦୃଷ୍ଟି ପଡ଼ୁ ବୋଲି ଦାବି ହୋଇଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.