Take a fresh look at your lifestyle.

ମେଡିକାଲ୍ କଲେଜ୍ ପ୍ରତିଷ୍ଠା ପାଇଁ ସାଂସଦଙ୍କ ଦାବି

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମାଣ୍ଡଭ୍ୟାଙ୍କୁ ଭେଟିଲେ ମହେଶ

0 11

Get real time updates directly on you device, subscribe now.

ନୂଆଦିଲ୍ଲୀ (ପ୍ରକାଶ କର) : କେନ୍ଦ୍ର ସରକାର ଦେଶରେ କେତେକ ଜିଲ୍ଲାକୁ ଆକାଂକ୍ଷା ଜିଲ୍ଲା ଭାବେ ଘୋଷଣା କରିଥିବାବେଳେ ଆମ ରାଜ୍ୟର ଢେଙ୍କାନାଳ ଜିଲ୍ଲା ଆକାଂକ୍ଷା ଜିଲ୍ଲା ଭାବେ ଘୋଷଣା କରାଯାଇଛି । ଆକାଂକ୍ଷା ଜିଲ୍ଲା ଗୁଡିକରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବାବେଳେ ଅଦ୍ୟାବଧି ଢେଙ୍କାନାଳ ଜିଲ୍ଲାରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ହୋଇପାରିନଥିବା ଘୋର ପରିତାପର ବିଷୟ ।

ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ମେଡିକାଲ କଲେଜ୍ ପାଇଁ ଭିତିଭୂମି ରହିଥିବାବେଳେ ବହୁ ରୋଗୀ ଆଗମନକୁ ଦେଖି ଓ ମେଡିକାଲ୍ କଲେଜ୍ ସୁବିଧାରୁ ବଂଚିତ ହେଉଥିବା ଅନୁଭବ କରି ଢେଙ୍କାନାଳ ସାଂସଦ ମହେଶ ସାହୁ ସଂସଦର ଶୀତକାଳିନ ଅଧିବେଶନରେ ସଂସଦ ଗୃହରେ ଉପସ୍ଥାପନ କରିବା ସହିତ ବ୍ୟକ୍ତିଗତ ଭାବେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନ୍ସୁଖ୍ ମାଣ୍ଡଭ୍ୟାଙ୍କୁ ଭେଟି ଢେଙ୍କାନାଳରେ ମେଡିକାଲ୍ କଲେଜ୍ ସ୍ଥାପନ ବିଷୟରେ ଲିଖିତ ଭାବେ ଦାବି ଜଣାଇଛନ୍ତି ।

ସାଂସଦ ଦାବି ପତ୍ର ପାଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ମାଣ୍ଡଭ୍ୟା ଏ ବିଷୟରେ ତୁରନ୍ତ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେଇଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.