Take a fresh look at your lifestyle.

ସଡକ ଦୁର୍ଘଟଣାରେ ବାଇକ ଚାଳକ ମୃତ

0 140
ଢେଙ୍କାନାଳ : ଗଁଦିଆ ଥାନା ଅନ୍ତର୍ଗତ ମନ୍ଦାର ପଞ୍ଚାୟତ ସ୍ତ ଝରଣ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି | ଏଥିରେ ଜଣେ ବାଇକ ଚାଳକ ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି |
ପ୍ରକାଶ ଯେ, ଭୁବନ ଲଷ୍ମୀଛକ ତେଲିସାହି ର ଡମ୍ବୁରୁଧର ପୃଷ୍ଟି ଙ୍କର ପୁତ୍ର ସଂଜୀଵ କୁମାର ପୃଷ୍ଟି (୨୮)  ସକାଳୁ ନିଜର ଜୀବିକା  କାମ ନିଜର ଘରୁ ଆଜି ସକାଳୁ ୭ଟାରୁ ବେପାରକୁ ଆସି ଅପରାହ୍ନ ୪ଟା ବେଳେ  ଘରକୁ ଫେରୁଥିବା ସମୟରେ ତାଙ୍କ ପଛପଟୁ ଏକ ମାଙ୍କଡା ପଥର ବୋଝେଇ ୪୦୭ ଗାଡି ନଂ ଓଡି୦୬ଜେ ୮୪୦୯ ଗାଡିଟି ଝରଣ ନିକଟ ଗଡାନି ଠାରେ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା | ଫଳରେ ପୃଷ୍ଟି ଙ୍କର ସେହି ସ୍ଥାନରେ ମୃତ୍ୟୁ ହୋଇଥିଲା |
ସଂଜୀଵଙ୍କର  ଝିଅଟିର ବୟସ ୫ବର୍ଷ ହୋଇଥିବା ବେଳେ ପୁଅଟିକୁ ମାତ୍ର୧୧ମାସ ହୋଇଛି | ଘଟଣା ସ୍ଥଳରେ ଗଁଦିଆ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ ପୋଷ୍ଟ ମଟର୍ମ ନିମନ୍ତେ  ଢେ଼ଙ୍କାନାଳ ମେଡିକାଲକୁ ପଠାଯାଇଛି | ଘଟଣା ସ୍ଥଳରୁ ଦୁର୍ଘଟଣା ଗ୍ରସ୍ତ ଗାଡି କୁ ପୋଲିସ ଜବତ କରିଛି ଘଟଣାର ତଦନ୍ତ ଜାରି ରହିଛି |

- Advertisement -

Leave A Reply

Your email address will not be published.