Take a fresh look at your lifestyle.

ପର୍ବତାରୋହଣରେ ସଫଳତା:”ହାଇକ୍ ଫର୍ ଇଣ୍ଡିଆ” କାର୍ଯ୍ୟକ୍ରମରେ ପ୍ରଭାସିନୀଙ୍କ କୃତିତ୍ୱ

ଆଗକୁ ସାଉଥ୍ ଆଫ୍ରିକାର କିଲିମାଞ୍ଜାରୋ ପର୍ବତ ଆରୋହଣ କରିବା ପାଇଁ ମନୋନିତ

0 35

Get real time updates directly on you device, subscribe now.

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବଜରଙ୍ଗ କ୍ଲବ୍ ସଦସ୍ୟଙ୍କ ପର୍ବତାରୋହଣରେ କୃତିତ୍ୱ ପ୍ରଦର୍ଶନ । ଢେଙ୍କାନାଳ ଜିଲ୍ଲା ବେରୁଆଁପାଳ ନିବାସୀ ପ୍ରଶାନ୍ତ କୁମାର ବେହେରା ଓ ପଙ୍କଜିନୀ ବେହେରାଙ୍କ ସୁକନ୍ୟା ପ୍ରଭାସିନୀ ବେହେରା “ହାଇକ୍ ଫର୍ ଇଣ୍ଡିଆ” କାର୍ଯ୍ୟକ୍ରମରେ ଭାଗନେଇ ମହାରାଷ୍ଟ୍ର ରାଜ୍ୟର ଉଚ୍ଚ ପର୍ବତ ଶ୍ରେଣୀ କାଲସୁବାଇର ୫୫୦୦ ମିଟର ଶିଖର ରେ ପାଦଦେଇ ନିଜ ରାଜ୍ୟ ପାଇଁ କୃତିତ୍ୱ ଅର୍ଜନ କରିବା ସହ ଗୌରବାନ୍ୱିତ କରିଛନ୍ତି ।

ସେଠାରେ ଅଗଷ୍ଟ ୧୫ରେ ପହଂଚି ଜାତୀୟ ପତାକା ଉତୋଳନ କରିଥିଲେ । ଏହା ସହିତ ସାଙ୍ଗରେ ନେଇଯାଇଥିବା ବଜରଙ୍ଗ କ୍ଲବ୍ ପତକା ମଧ୍ୟ ଉଡାଇଥିଲେ । ଆମ୍ଭ ଦେଶର ପ୍ରତ୍ୟେକ ରାଜ୍ୟରେ ଥିବା ଉଚ୍ଚ ପର୍ବତ ଶିଖର ଆରୋହଣ କରି ନୂତନ କୀର୍ତୀମାନ ସ୍ଥାପନ କରିବା ପାଇଁ ଆଗ୍ରହ ପ୍ରକାଶ କରିବା ସହ ଚଳିତ ମାସରେ ଗୋଆର ସୋନସଗର ପର୍ବତ ଆରୋହଣ କରିଛନ୍ତି । ଏଥିପାଇଁ ସେ ରାଜ୍ୟବାସୀ ତଥା ଜିଲ୍ଲାବାସୀଙ୍କ ଆଶୀର୍ବାଦ ଭିକ୍ଷା ମଧ୍ୟ କରିଛନ୍ତି ।

ଆଗକୁ ସାଉଥ୍ ଆଫ୍ରିକାର କିଲିମାଞ୍ଜାରୋ ପର୍ବତ ଆରୋହଣ କରିବା ପାଇଁ ମନୋନିତ ହୋଇ ଆସନ୍ତା ଜାନୁଆରୀ ମାସରେ ପର୍ବତାରୋହଣ କରିବା ପାଇଁ କଠିନ ପରିଶ୍ରମ ଜାରି ରଖିଛନ୍ତି । ଏହି କାର୍ଯ୍ୟ ପାଇଁ ବଜରଙ୍ଗ କ୍ଲବ୍ ତଥା ଢେଙ୍କାନାଳବାସୀ ତାଙ୍କର ଉତରୋତର କାମନା କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.