Take a fresh look at your lifestyle.

ଫସଲହାନୀର କ୍ଷତିପୂରଣ ପାଇଁ ସିପିଆଇଏମ୍ ର ଦାବି

0 11

ଧାମନଗର : ଚଳିତ ବାତ୍ୟାର ପ୍ରଭାବରେ ଅବିଶ୍ରାନ୍ତ ବର୍ଷା ଯୋଗୁ ଧାମନଗର ବ୍ଲକର ହଜାର ହଜାର ହେକ୍ଟର ·ଷଜମୀ ଉଜୁଡ଼ି ଯାଇଥିବାବେଳେ ସେମାନଙ୍କୁ କ୍ଷତିପୁରଣ ପ୍ରଦାନ ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଉଥିବାବେଳେ ସିପିଆଇଏମ୍ ଧାମନଗର ଆଂଚଳିକ କମିଟି ପକ୍ଷରୁ ତହସିଲଦାରଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ୬ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ବାତ୍ୟା ଏବଂ ବର୍ଷା ପ୍ରଭାବରେ ଧାମନଗର ବ୍ଲକର ପ୍ରାୟ ୮୦ଭାଗ ଧାନ ଓ ପନିପରିବା ଫସଲହାନି ଘଟିଛି । ଏଣୁ ତୁରନ୍ତ ସେମାନଙ୍କୁ କ୍ଷତିପୁରଣ ଦେବାପାଇଁ ସିପିଆଇଏମ୍ ପକ୍ଷରୁ ଦାବି କରାଯାଇଥିଲା । ଏହି ଦାବିପତ୍ର ପ୍ରଦାନ ବେଳେ ସାଥୀ ଜୟନୁଲ ଆବେଦିନ୍, ସତ୍ୟମୁର୍ତି ବେହେରା, ଦୂର୍ଗାଚରଣ ଅଧିକାରୀ, ବିପ୍ଳବ ଜେନା, ଏସ୍କେ ରାଜୁ, ଅଜୟ ବେହେରା, ରାମଚନ୍ଦ୍ର ଜେନା, ୱାସିମ ଆଲାମ, ନିରଂଜନ ପଣ୍ଡା, ପ୍ରତାପ ଦାସ, ଜାନକୀ ଜେନା, ପରମେଶ୍ୱର ଜେନା, ଦାମୋଦର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -

Leave A Reply

Your email address will not be published.