Take a fresh look at your lifestyle.

‘ବନ୍ଦେ ଉତ୍କଳ ଜନନୀ’ ଆଜି ସମଗ୍ର ଉତ୍କଳର ଶ୍ରେଷ୍ଠ ସଙ୍ଗୀତ ଭାବେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିପାରିଛି

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର କାନ୍ତକବିଙ୍କ ୧୩୪ତମ ଜୟନ୍ତୀ ପାଳନ

0 36

Get real time updates directly on you device, subscribe now.

ଭୁବନେଶ୍ୱର, (ଟଙ୍କଧର ଦାଶ) : ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଓଡ଼ିଆ ଜାତିର ଗୌରବ, ମହାନ୍ କବି, ସ୍ୱାଧୀନତା ସଂଗ୍ରାମୀ, ବହୁମୁଖୀ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୪ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି ।

ସ୍ଥାନୀୟ ମୁଖ୍ୟ ମହାଡ଼ାକପାଳସ୍ଥିତ କାନ୍ତକବିଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଓ ସ୍ମୃତିଚାରଣ କରି ବରିଷ୍ଠ ସାମ୍ବାଦିକ ତଥା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରି କହିଥିଲେ, କାନ୍ତକବି ଥିଲେ ଓଡ଼ିଆ ଜାତିର ଚିର ବନ୍ଦନୀୟ, କବି, ସମ୍ପାଦକ,  ସାହିତ୍ୟିକ , ସ୍ୱାଧୀନତା ସଂଗ୍ରାମୀ । ଏହା ବ୍ୟତୀତ ତାଙ୍କ ରଚିତ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଆଜି ସମଗ୍ର ଉତ୍କଳର ଶ୍ରେଷ୍ଠ ସଙ୍ଗୀତ ଭାବେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିପାରିଛି । ଏହା ହେଉଛି ଉକ୍ରଳର ଆଗ୍ନେୟ ଆହ୍ୱାନ ଓ ସର୍ବକାଳୀନ ଉଚ୍ଚାରଣ ସିଦ୍ଧ ଦର୍ଶନ । ତାଙ୍କ ରଚିତ ଗଳ୍ପ, ଉପନ୍ୟାସ, ନାଟକ ଯଥା ଜାତୀୟ ପତାକା, ବୁଢା ଶଙ୍ଖାରୀ, ପ୍ରଣୟ ଦୁନ୍ଦୁଭି ଅମର କୀର୍ତି । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରିଥିଲେ । ତାଙ୍କ ନିଷ୍ଠା, ଆଦର୍ଶ, ସାରସ୍ୱତ କୃତି ତାଙ୍କୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲା ।

ଏହି ଅବସରରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସାରସ୍ୱତ ପ୍ରତିଭା କାମଦେବ ମହାପାତ୍ରଙ୍କୁ କାନ୍ତକବି ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଉକ୍ତ ସ୍ମୃତିଚାରଣ ସଭାରେ ଅଭିଯାନର ସଂଯୋଜକ ନାରାୟଣ ଚନ୍ଦ୍ର ଓଝା, ରୋହିତ କୁମାର, ରମେଶ ଚନ୍ଦ୍ର ପାତାଳସିଂ, ତନ୍ମୟ ସାମନ୍ତରାୟ, କବି ନିରାକାର ଲେଙ୍କା, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ ସଭାରେ ଯୋଗ ଦେଇଥିଲେ    ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.