Take a fresh look at your lifestyle.

ମହିମା ମହାବିଦ୍ୟାଳୟରେ ମାନବିକ ଅଧିକାର ଦିବସ ପାଳିତ

ଅଧିକାର ଓ କର୍ତବ୍ୟ ଉପରେ ସଚେତନ ହେଲେ ସୁସ୍ଥ ସମାଜ ଗଠନ ହୋଇପାରିବ

0 63

Get real time updates directly on you device, subscribe now.

ଢେଙ୍କାନାଳ : ଯୋରନ୍ଦା ମହିମାଗାଦୀସ୍ଥିତ ମହିମା ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନ ଆନୁକୂଲ୍ୟରେ ଏବଂ ସମାଜ ବିଜ୍ଞାନ ବିଭାଗ ସହାୟତାରେ ମାନବିକ ଅଧିକାର ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରସାୟନ ବିଭାଗ ମୁଖ୍ୟ ତଥା ଅଧ୍ୟକ୍ଷ ଦାୟିତ୍ୱରେ ଥିବା ବରିଷ୍ଠ ପ୍ରାଧ୍ୟାପକ ଡକ୍ଟର ରତ୍ନାକର ଦାସ ଅଧ୍ୟକ୍ଷତା କରିବା ସହ ଅଧିକାର ଓ କର୍ତବ୍ୟ ଉପରେ ସମସ୍ତେ ସଚେତନ ହେଲେ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି କହିଥିଲେ ।

ସମାଜବିଜ୍ଞାନ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ପ୍ରହ୍ଲାଦ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୋ କଲେଜ ଅଭିଯାନର ସଂଯୋଜିକା ପ୍ରାଧ୍ୟାପିକ ସଂଯୁକ୍ତା ଜେନା, ପୁରାତନ ଛାତ୍ର ସଂଘ ସଭାପତି ଶିଶିର ଶତପଥି, ସଂପାଦିକା ଚପଳା ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାନବିକ ମୂଲ୍ୟବୋଧ ଓ ଅଧିକାରର ଆବଶ୍ୟକତା, ବ୍ୟକ୍ତିର ବିକାଶ ସୁସ୍ଥ ସମାଜ ପାଇଁ ଅପରିହାର୍ଯ୍ୟ ବୋଲି ମତ ରଖିଥିଲେ । ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ସିବିଆଇ ଜଜ ଭିକାରୀ ଚରଣ ରାଉତ ଯୋଗଦେଇ ମାନବିକ ଅଧିକାରର ଇତିହାସ ଏବଂ ଆମ ସମ୍ବିଧାନ ତଥା ଆଇନ ବ୍ୟବସ୍ଥାରେ କିଭଳି କାର୍ଯ୍ୟକାରୀ ହୋଇ ମାନବିକ ମୂଲ୍ୟବୋଧର ସୁରକ୍ଷା କରିପାରୁଛି, ସେ ସଂପର୍କରେ ବିଷଦ ବିବରଣୀ ରଖିଥିଲେ ।

ସମାଜ ବିଜ୍ଞାନ ବିଭାଗ ତରଫରୁ ଆୟୋଜିତ ତର୍କ ପ୍ରତିଯୋଗିତାରେ ରୋଜାଲିନ୍ ମହାନ୍ତି ପ୍ରଥମ, ଦିପକ ସାହୁ ଦ୍ୱିତୀୟ ଓ ପୁଜାରାଣୀ ନାଥ ତୃତୀୟ ସ୍ଥାନ ହାସଲ କରିଥିଲେ । ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ସୁବ୍ରତ ରାଉତ ପ୍ରଥମ, ରାଜଲକ୍ଷ୍ମୀ ମହାନ୍ତି ଦ୍ୱିତୀୟ ଏବଂ ପ୍ରଦୀପ କୁମାର ରାଉତ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଅତିଥିମାନେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।

ସେହିପରି ଉକ୍ରଳ ବିଶ୍ୱ ବିଦ୍ୟାଳୟ ଓଡ଼ିଆ ବିଭାଗ ଛାତ୍ରୀ ସୁନନ୍ଦା ସାହୁ ୨୦୨୧ବର୍ଷରେ ସ୍ନାତକୋତର ପରୀକ୍ଷାରେ ପ୍ରଥମ ୧୦ଜଣଙ୍କ ମଧ୍ୟରେ ସ୍ଥାନ ହାସଲ ଓ ସଂସ୍କୃତ ବିଭାଗ ଛାତ୍ରୀ ସୁକନ୍ୟା ସାହୁ ପ୍ରଥମ ୧୦ଜଣଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ପୁରାତନ ଛାତ୍ରଛାତ୍ରୀ ଓ ମହାବିଦ୍ୟାଳୟ ତରଫରୁ ପ୍ରମାଣପତ୍ର, ଟ୍ରଫି, ସାଲ୍ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ପୁରାତନ ଛାତ୍ର ସଂଘ ସଂପାଦିକା ଚପଳା ବେହେରା ଉଭୟ ଛାତ୍ରୀଙ୍କୁ ୫ହଜାର ଟଙ୍କା ଲେଖାଏଁ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

ଅଧ୍ୟାପିକା ଡକ୍ଟର ସକୁନ୍ତଳା ଭୁୟାଁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟ ଅଧ୍ୟାପକ ପ୍ରଦୀପ କୁମାର ସାମଲ, ରଞ୍ଜନ ମହାପାତ୍ର, ସୌମ୍ୟରଞ୍ଜନ ସାହୁ, କାଳନ୍ଦି ଚରଣ ପଣ୍ଡା, କର୍ମଚାରୀ ଜୟନ୍ତ ନାୟକ, ସାଇସ୍ୱପ୍ନ ସରିତ, ଛାତ୍ର ସୁଜିତ ରାଉତ, ବାସନ୍ତୀ ପ୍ରଧାନ, ଅଭୟ ନାୟକ, ପ୍ରକାଶ ମହାଳିକ, ମୋନାଲିସା ସାମଲ ଓ ଗାୟତ୍ରୀ ସାମଲ ପ୍ରମୁଖ ପରିଚାଳନା କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.