Take a fresh look at your lifestyle.

୧୧ରୁ ରାଷ୍ଟ୍ରୀୟ ଲୋକ ଅଦାଲତ

0 16

Get real time updates directly on you device, subscribe now.

ଅନୁଗୁଳ: ଅନୁଗୁଳ, ତାଳଚେର, ଆଠମଲ୍ଲିକ, ପାଳଲହଡ଼ା, ଛେଣ୍ଡିପଦା ଓ ବଅଁରପାଳସ୍ଥିତ ସମସ୍ତ ଅଦାଲତରେ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଚଳିତ ମାସ ୧୧ତାରିଖରୁ ଆରମ୍ଭ ହେବ । ଏହି ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମୋକଦ୍ଦମା ଯଥା- ଫୌଜଦାରୀ, ଚେକ୍ ବାଉନ୍ସ ମାମଲା, ବ୍ୟାଙ୍କ ଋଣ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ୍, ଜଳ ଓ ଅନ୍ୟାନ୍ୟ ବିଲ୍ ଦେୟ ଜନିତ ବିବାଦ, ବୈବାହିକ ବିବାଦ, ଜମି ଅଧିଗ୍ରହଣ, ଚାକିରୀ ସମ୍ବନ୍ଧୀୟ ଓ ଅନ୍ୟାନ୍ୟ ଦେୱାନୀ ମୋକଦ୍ଦମାର ଆପୋଷ ସମାଧାନ କରାଯିବ ।

ଏହା ସହ ପ୍ରାକ୍ ମୋକଦ୍ଦମା ସ୍ତରୀୟ ମାମଲା ତଥା ଚେକ୍ ବାଉନ୍ସ, ବ୍ୟାଙ୍କ ଋଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ୍, ଜଳ ଓ ଅନ୍ୟାନ୍ୟ ବିଲ୍ ଦେୟ ଜନିତ ବିବାଦ, ଭରଣପୋଷଣ ବିବାଦ, ଅନ୍ୟାନ୍ୟ ସାଲିସ୍ ଯୋଗ୍ୟ ଫୌଜଦାରୀ ଓ ଅନ୍ୟାନ୍ୟ ଦେୱାନି ମୋକଦ୍ଦମାର ସମାଧାନ ହୋଇପାରିବ । ସବିଶେଷ ବିବରଣୀ ପାଇଁ ଆଇନ୍ ସେବା ପ୍ରାଧିକରଣ, ଅନୁଗୁଳ ଓ ତାଲୁକ ଆଇନ୍ ସେବା କମିଟି ତାଳଚେର, ଆଠମଲ୍ଲିକ, ପାଳଲହଡ଼ା ଓ ଛେଣ୍ଡିପଦା ସହ ଯୋଗାଯୋଗ କରିପାରିବେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.