Take a fresh look at your lifestyle.

ହକି ଖେଳ ଉଦଯାପନ: ଆର୍ଜେଣ୍ଟିନା ଦଳକୁ ସ୍ବର୍ଣ୍ଣ ପଦକ ସହ ବିଶ୍ବକପ୍ ଟ୍ରଫି

0 22

 ଭୁବନେଶ୍ୱର : ହକି ଖେଳ ଉଦଯାପନୀ ଦିବସ ରେ ସଫଳତମ ଦଳ ଜର୍ମାନିକୁ ରୋମାଞ୍ଚକ ଫାଇନାଲ୍‌ରେ ୪-୨ ଗୋଲ୍‌ରେ ପରାସ୍ତ କରି କଳିଙ୍ଗ ଷ୍ଟାଡ଼ିୟମ ସଂଘର୍ଷପୂର୍ଣ୍ଣ ଫାଇନାଲର ଆର୍ଜେଣ୍ଟିନା ନିର୍ଣ୍ଣାୟକ ତୃତୀୟ ଗୋଲ୍ ଦେଇ ମ୍ୟାଚ୍‌କୁ ନିଜ କବ୍‌ଜାକୁ ନେଇଯାଇଥିଲା। ଲାଟାରୋ ଡୋମିନେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଆର୍ଜେଣ୍ଟିନା ଦଳକୁ ସ୍ବର୍ଣ୍ଣ ପଦକ ସହ ବିଶ୍ବକପ୍ ଟ୍ରଫି ପ୍ରଦାନ କରିଥିଲେ।  ଏଫ୍‌ଆଇଏଚ୍ ସଭାପତି ନରିନ୍ଦର ବାତ୍ରା ଉପସ୍ଥିତ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆ ମହାସଚିବ ରାଜିନ୍ଦର ସିଂହ, ସଭାପତି ଜ୍ଞାନେନ୍ଦ୍ରୋ ନଙ୍ଗମବାମ୍, ଓଡ଼ିଶା ହକି ପ୍ରମୋସନ୍ କାଉନସିଲର ଅଧ୍ୟକ୍ଷ ଦିଲୀପ ତିର୍କି, କ୍ରୀଡ଼ା ସଚିବ ଆର ଭିନିଲକ୍ରିଷ୍ଣା‌, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂହ ପ୍ରମୁଖ ଉପସ୍ଥିତ ରହି ଉପବିଜେତା ଭାବେ ଜର୍ମାନିକୁ ରୌପ୍ୟ ଏବଂ କାଂସ୍ୟ ବିଜେତା ଫ୍ରାନ୍ସ ଦଳର ଖେଳାଳିଙ୍କୁ ପଦକ ସହ ସ୍ମାରକୀ ଏବଂ ଟୋପି ପ୍ରଦାନ କରିଥିଲେ। ହକି ଇଣ୍ଡିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନ ସଭା ପରିଚଳନାରେ ସହଯୋଗ କରିଥିଲେ।

ଫାଇନାଲ୍ ପୂର୍ବରୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ମ୍ୟାଚ୍ ପୂର୍ବରୁ ଦୁଇ ଦଳର ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ତାଙ୍କୁ ମଧ୍ୟ ମଧ୍ୟାନ୍ତରରେ ହକି ଏଫ୍‌ଆଇଏଚ୍ ଓ ହକି ଇଣ୍ଡିଆ ବିଶ୍ବକପ୍ ପ୍ରତିକୃତି ଦେଇ ସମ୍ବର୍ଦ୍ଧିତ କରିଥିଲେ।  କରୋନା ସଂକ୍ରମଣ ଭୟ, ଓମିକ୍ରନ୍ ଆତଙ୍କ ଏବଂ ଜୱାଦ ବାତ୍ୟା ବିପଦ ସତ୍ତ୍ବେ କଳିଙ୍ଗ ଷ୍ଟାଡିୟମ୍‌ରେ ବିଶ୍ବକପ୍‌ର ସଫଳ ପରିମାପ୍ତି ଘଟିଲା।

- Advertisement -

Leave A Reply

Your email address will not be published.