Take a fresh look at your lifestyle.

ତପୋବନ ପୀଠରେ ଶୁଭାରମ୍ଭ  ହେଲା ମହିମାସ୍ୱାମୀଙ୍କ ଯୋଗନିଦ୍ରା ଉତ୍ସବ 

ଅଲେଖ ମହିମା ଡାକରେ ତପୋବନ ପୀଠ ମୁଖରିତ

0 73

Get real time updates directly on you device, subscribe now.

ଢେଙ୍କାନାଳ: ମାର୍ଗଶୀର ଶୁକ୍ଲ ଦ୍ୱିତୀୟା ତିଥିରେ ପ୍ରବୂଧଗୁରୁ ମହିମାସ୍ୱାମୀଙ୍କ ୨୧ଦିନ ବ୍ୟାପୀ ଯୋଗନିଦ୍ରା ଉତ୍ସବର ଶୁଭାରମ୍ଭ ରବିବାର ତାଙ୍କର ଆତ୍ମଯୋଗ ସାଧନା ପୀଠ ତପୋବନ ମହିମା ବିହାରରେ ଆରମ୍ଭ ହୋଇଛି । ଅଲେଖ ମହିମା ଡାକରେ ତପୋବନ ପୀଠ ମୁଖରିତ ହୋଇ ଉଠିଥିଲା । ଏହି ଦିବସ ପାଳନ ଉପଲକ୍ଷେ ରବିବାର ବ୍ରାହ୍ମ ମୁହୂର୍ତରୁ ଅଖଣ୍ଡଧ୍ୱନୀ ସଂସ୍ଥାପିତ ହେବା ସହ ଅଖଣ୍ଡବତୀ ପ୍ରଜ୍ୱଳନ କରାଯାଇଥିଲା । କୌପିନଧାରୀ ମହିମା ସମାଜର ଧର୍ମାଧ୍ୟକ୍ଷ ଶ୍ରୀମଦ୍ ରଘୁନାଥ ବାବା ଜଗତଭଗତଙ୍କ କଲ୍ୟାଣ କାମନା ପୂର୍ବକ ଅଖଣ୍ଡ ବତୀ ଓ ଧୂନୀରେ ଘୃତାହୂତି ଦେଇଥିଲେ ।

ଅନୁଗୁଳ ସାକସିଙ୍ଗା ଗ୍ରାମର ଖଞ୍ଜଣୀ ଭଜନ ଗୋଷ୍ଠୀ ଭକ୍ତ ଦୀନବନ୍ଧୁ ପ୍ରଧାନ, ଦୈତାରୀ ପ୍ରଧାନ ଓ ତ୍ରିନାଥ ବାବାଙ୍କ ନେତୃତ୍ୱରେ ତପୋବନ ପୀଠକୁ ଆସି ମହିମା ଭଜନ ଗାନ କରିଥିଲେ । ଅନୁଗୁଳ କୁଲାଡ ଟୁଙ୍ଗୀରୁ ରବିବାବାଙ୍କ ନେତୃତ୍ୱରେ ଭକ୍ତ ରାଜେଶ ଜେନା, ପ୍ରଫୁଲ୍ଲ ସେଠ୍ ଓ ଗାନ୍ଧୀ ଜେନା ପ୍ରମୁଖ ଯୋଗନିଦ୍ରା ଉତ୍ସବରେ ଯୋଗଦେଇଥିଲେ । ଏତଦ୍ବ୍ୟତୀତ ଜ୍ଞାନୀ ବାବା, ଶେଷ ବାବା, ସନକ ବାବା, ଦୁଃଖବନ୍ଧୁ ବାବା, ତ୍ୟାଗୀ ମାୟାଧର ଦାସ, ଭକ୍ତ ବିଶ୍ୱମିତ୍ର ମେହେର, ଅଲ୍ଲି ମେହେର, ହୀରା ପ୍ରଧାନ, କାଇମାଟିର ଧରଣୀ ବେହେରା, ବସନ୍ତ ସାହୁ ଓ ଘନଶ୍ୟାମ ଦାସ ପ୍ରମୁଖ ସଭାରୁ ପ୍ରତିକୂଳ ପାଗ ସତ୍ୱେ ଏହି ଯୋଗନୀଦ୍ରା ଉତ୍ସବରେ ଯୋଗଦେଇଥିଲେ ।

ଏଥିସହ ମହିମା ଜ୍ୟୋତିଯାତ୍ରାର ସଂଯୋଜକ ପ୍ରଦୁ୍ୟମ୍ନ ରଥ, ତପୋବନ ପତ୍ରିକାର ସଂପାଦକ ଭକ୍ତ ପ୍ରଶାନ୍ତ ମହାପାତ୍ର ଓ ସକ୍ରିୟ ନାଗରିକ ପରିଷଦର କୋଷାଧ୍ୟକ୍ଷ ମହେନ୍ଦ୍ର ସାହୁ ମଧ୍ୟ ଯୋଗନୀଦ୍ରା ଉତ୍ସବର ଆଦ୍ୟ ଦିବସରେ ସାମିଲ୍ ହୋଇଥିଲେ । ଅପରାହ୍ନ ୪ଟାରେ ଆତ୍ମସେବା ଅନୁଷ୍ଠିତ ହୋଇଥିଲା । ସାୟଂ କାଳରେ ସ୍ୱତନ୍ତ୍ର ଘୃତାହୂତି ସହ ତ୍ରିନାଥବାବାଙ୍କ ନେତୃତ୍ୱରେ ମହିମା ଭଜନ ଗାନ କରାଯାଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.