Take a fresh look at your lifestyle.

ସଖୀର ନିଜସ୍ୱ ଗୃହର ଶୁଭ ଉଦ୍‌ଘାଟନ

0 35

Get real time updates directly on you device, subscribe now.

ଢ଼େଙ୍କାନାଳ:  ସଖୀ (ୱାନ୍ ଷ୍ଟପ୍ ସେଣ୍ଟର) ଢ଼େଙ୍କାନାଳର ନିଜସ୍ୱ କାର୍ଯ୍ୟାଳୟ ଗୃହର ଶୁଭ ଉଦ୍‌ଘାଟନ ଜିଲ୍ଲାପାଳ  ସରୋଜ କୁମାର ସେଠୀଙ୍କ କରକମଳରେ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନଙ୍କ ସଦୟ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍‌ଘାଟନି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶିଶୁ ରଜଂନ ମହାନ୍ତି । ଜିଲ୍ଲା ଆଇନ୍ ସେବାପ୍ରାଧିକରଣର ସଂମ୍ପାଦକ ସୁକାନ୍ତ କିଶୋର ଜେନା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅଶୋକ କୁମାର ଦାସ୍ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଜୋତ୍ସା ରାଏ, ଏ. ଡି.ଏମ୍‌. ଓ ଜନସ୍ୱାସ୍ଥ୍ୟ ଡାକ୍ତର ଜ୍ୟୋତିଷ୍ ରଜଂନ ମହାପାତ୍ର , ଏ. ଡି.ଏମ୍ .ଓ ମେଡିକାଲ୍ ଡକ୍ଟର ଜୟ କୃଷ୍ନ ନାୟକ ଡି.ପି.ଏମ୍‌. ସୋନାଲି ପ୍ରିୟୟଦର୍ଶନୀ ବାର୍ ଆସୋସିଏସନ୍ ସଭାପତି ସଜଂୟ କୁମାର ମିଶ୍ର , ହସ୍‌ପିଟାଲ୍ ମ୍ୟାନେଜର ଅଲିଭା ଆଚାର୍ଯ୍ୟ , ନେହେରୁ ଯୁବ କେନ୍ଦ୍ରର ଉପନିର୍ଦ୍ଦେଶକ ଅଶୋକ ଦାସ୍ , ଜିଲ୍ଲା ସୂଚନା ଓ ଲୋକସର୍ମ୍ପକ ଅଧିକାରୀ ସାରଦାପ୍ରସାଦ ମହାନ୍ତି, ସି.ଡି.ପି.ଓ କଙ୍କଡାହାଡ ଯଶୋବନ୍ତୀ ସାହୁ , ମିଶନ ଶକ୍ତିର ଜିଲ୍ଲା ସଂଯୋଜିକା ମୋନାଲିସା ଭଞ୍ଜ, ଟ୍ୟାକ୍‌ସ୍ ଫୋସ୍‌ର୍ ମେମ୍ବର ଭାରତୀ ପଟ୍ଟନାୟକ ଓ ସଖୀ ଢ଼େଙ୍କାନାଳକୁ ସୁଚାରୁରୁପେ ପରିଚାଳନା ର ଦାୟିତ୍ୱରେ ଥିବା ସ୍ୱଚ୍ଛାସେବୀ ଅନୁଷ୍ଠାନ ର ନିର୍ଦ୍ଦେଶକ ଉଦୟେନ୍ଦୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଉଦଘାଟନ ପରେ ଜିଲ୍ଲାପାଳ ଓ ସମସ୍ତ ଅତିଥି ମାନେ ନୂତନ କାର୍ଯ୍ୟାଳୟ ବୁଲି ଦେଖିବା ସହ କର୍ମଚାରୀ ମାନଙ୍କ ସହ ସଖୀ ର କାର୍ଯ୍ୟାକାରିତା ଓ ସମସ୍ୟା ସବିଶେସ ଆଲୋଚନା କରିଥିଲେ । ସଖୀ ଢ଼େଙ୍କାନାଳ ନିର୍ଯ୍ୟାତିତ ମହିଳାମାନଙ୍କର ସମସ୍ୟା ର ସମାଧାନ କରିବାର ସହାୟକ ହେବ ବୋଲି ଆଶାପ୍ରକାଶ କରିବା ସହ ଏହାକୁ ଲୋକାଭିମୁଖି କରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ସୂଚନା ଥାଉ କି ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ସହଯୋଗରେ ପ୍ର୍ରତ୍ୟକ ଜିଲ୍ଲାରେ ମହିଳା ହିଂସା ନିରାକରଣ ନିମନ୍ତେ ତଥା ମହିଳା ମାନଙ୍କୁ ସୁରକ୍ଷା ଓ ସେମାନଙ୍କ ଅଧିକାରଠୁ ଗୋଟିଏ ଛାତ ତଳେ ପ୍ରଦାନ କରିବାନମନ୍ତେ ଏକ ଅନନ୍ୟ ଅନୁଷ୍ଠାନ ସଖୀ (ୱାନ୍ ଷ୍ଟପ୍ ସେଣ୍ଟର) ।

ଢ଼େଙ୍କାନାଳ ଜିଲ୍ଲାରେ ପ୍ରଶାସନର ଅନୁମତି ଓ ବଳିଷ୍ଠ ସହେଯାଗରେ ଜିଲ୍ଳାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶୋଭା ପକ୍ଷରୁ ସଖୀ ଢ଼େଙ୍କାନାଳ ଗତ ୧୫ ଅଗଷ୍ଟ ୨୦୧୯ ମସିହାରୁ ସଫଳତାର ସହ କାର୍ଯ୍ୟ କରିଆସୁଛି । ମହିଳାହିଂସା ନିରାକରଣ ତଥା ସେମାନଙ୍କ ଅଧିକାରକୁ ସର୍ବାଗ୍ରେ ରଖି ବିଭିନ୍ନ ସମୟରେ ସଖୀ ଢ଼େଙ୍କାନାଳ ମହିଳା ମାନଙ୍କୁ ଜିଲ୍ଲାରେ ୨୪ ଘଣ୍ଟିଆ ସେବା ଯୋଗାଇ ଆସୁଅଛିା    ୧୭ ଜଣ ସକ୍ରୀୟ କର୍ମଚାରୀ ଙ୍କୁ ନେଇ ପରିଚାଳିତ ସଖୀ ଢ଼େଙ୍କାନାଳ ଏ ର୍ପ୍ୟନ୍ତ ୫୫୬ ଟି ମହିଳା କେସ୍ ହାତକୁ ନେଇ ଥିବା ବେଳେ  ୩୬୫ ଟି ସଂପୁର୍ଣ୍ଣ ସମାଧାନ ହୋଇଛି । ଏତଦ୍ ଭିନ୍ନ ୯୪ ଟି ପୋଲିସ୍ ଏଫ୍‌. ଆଇ. ଆର୍‌., ୨୮ ଟି ଜଲ୍ଲା ଆଇନ୍ ସେବା ପ୍ରାଧୀକରଣ କୁ ପ୍ରଦାନ କରାଯାଇଥିବା ବେଳେ ୨୨ ଟି କେସ୍ ଡି. ଆଇ . ଆର୍ କୁ ପ୍ରଦାନ ହୋଇଛି ।

ମାନ୍ୟବର ନ୍ୟାୟାଳୟ ଙ୍କ ପାଖରେ ଏ ର୍ପ୍ୟନ୍ତ ୩୬ ଟି କେସ୍ ବିଚାରାଧିନ ଅଛି । ସଖୀ ଢ଼େଙ୍କାନାଳ ଏ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ସହାୟତା ପାଇଁ ଆସୁଥିବା ୩୬ ଜଣ ମହିଳାଙ୍କୁ ଅସ୍ଥାୟୀ ରହଣୀ ପ୍ରଦାନ କରିଛି । ସଖୀ ଢ଼େଙ୍କାନାଳ ଆଗାମି ଦିନ ରେ ତାର ନିଜସ୍ୱ କାର୍ଯ୍ୟାଳୟରେ ସ୍ୱାସ୍ଥ୍ୟକର ପରିବେଶ, ସକ୍ରୀୟ କର୍ମଚାରୀ ସୁରକ୍ଷା, ଉନ୍ନତ ଆଶ୍ରୟ ସ୍ଥଳୀ , ସପୂର୍ଣ୍ଣ ସି୍‌. ସି .ଟିଭି . ବ୍ୟବସ୍ଥା ସହ ଢ଼େଙ୍କାନାଳ ଜିଲ୍ଲାର ସମସ୍ତ ମହିଳା ମାନଙ୍କ ସୁରକ୍ଷା ପାଇଁ ସଦା ସର୍ବଦା କାର୍ଯ୍ୟକରିବ । ଆଜିର ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ କରୋନା ନିୟମପାଳନ କରି ସଖୀ, ଚାଇଡ୍ ଲାଇନ୍ , ମହିଳା ଓ ବାଳିକା ସହାୟକ ଗ୍ରାମ ପଞ୍ଚାୟତ ପ୍ରକଳ୍ପ ଶୋଭା ପକ୍ଷରୁ ସମସ୍ତ କର୍ମ କର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟ କ୍ରମକୁ ପରିଚାଳନା କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.