Take a fresh look at your lifestyle.

୨୯ତମ ଖଙ୍କିରା କପ ଉଦଘାଟିତ, ଚୌଦ୍ୱାର ବିଜୟୀ

ଆସନ୍ତାକାଲିର ଖେଳ ସାଲେପୁର (କଟକ) ଓ ସେ।ଲର ( ଯାଜପୁର)ମଧ୍ୟରେ ଅନୁଷ୍ଠିତ ହେବ

0 26

ଗଁଦିଆ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ଖଙ୍କିରା ମାରୁତିସ୍ପୋଟର୍ସ  ସ୍ଥାନୀୟ ଅଞ୍ଚଳବାସୀଙ୍କ ସହାୟତା କ୍ରମେ୨୯ତମ ଖଙ୍କିରା କପ କ୍ରିକେଟ ଟୁର୍ନାମେଣ୍ଟ ର ଉଦଘାଟନ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ଖେଳକୁ ଭୁବନେଶ୍ଵର ଅଂଚଳର ଯୁବ ସମାଜସେବୀ ରାମକୃଷ୍ଣ ଦାସ ଉଦଘାଟନ କରିଥିଲେ। ଆଜିର ପ୍ରଥମ ମ୍ୟାଚ କପାସଟିକିରି ,ଯାଜପୁର ଓ ଚଉଦ୍ଵାର କ୍ରିକେଟ କ୍ଲବ (କଟକ) ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ପ୍ରଥମେ ଟସ୍ ଜିତିକ ପାସଟିକିରି ୧୨୭ରେ ଅଲଆଉଟ ହୋଇଥିଲେ। ଏହାର ଜବାବରେ ଚଉଦ୍ଵାର କ୍ରିକେଟ କ୍ଳବ୍ବ ନିର୍ଦ୍ଧାରିତ ୧୦ ଓଭରରେ ବିନା ଉଇକେଟ ରେ ବିଜୟ ଲାଭ କରିଛି। ଦଳପକ୍ଷରୁ ସୁନ୍ଦର ଖେଳ ପ୍ରଦର୍ଶନ କରିଥିଲେ ପପୁ ଚାନ୍ଦ । ଆଜିର ଖେଳ ପରିଚାଳନା କରୁଥିଲେ ତପସ ଦାସ ଓ ଧରଣୀଧର ବିଶ୍ଵାଳ ସ୍କୋରର ଭାବରେ ରୁଦ୍ର ନାରାୟଣ ଦାସ ରହିଥିଲେ। ଆସନ୍ତାକାଲିର ଖେଳ ସାଲେପୁର (କଟକ) ଓ ସେ।ଲର ( ଯାଜପୁର)ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୁତ୍ରରୁ ପ୍ରକାଶ।

- Advertisement -

Leave A Reply

Your email address will not be published.