Take a fresh look at your lifestyle.

ଆସ ବୁଲିଯିବା ଅନନ୍ତ ଶୟନ

ଦେଖିବା ଚତୁର୍ଭୁଜ ବିଷ୍ଣୁ ମୂର୍ତ୍ତି 

0 23

Get real time updates directly on you device, subscribe now.

ପରଜଙ୍ଗ : ଢେଙ୍କାନାଳ ଜିଲା ଏହି ଅନନ୍ତ ଶୟନ ଚତୁର୍ଭୁଜ ବିଷ୍ଣୁ ମୂର୍ତ୍ତି ଟି ସରାଙ୍ଗ ଇଂଗିନୀରିଙ୍ଗ କଲେଜ ନିକଟରେ ବ୍ରାହ୍ମଣୀ ନଦୀ ଶଯ୍ୟା ରେ ଅବସ୍ଥିତ l ଏହି ମୂର୍ତ୍ତି ବ୍ରାହ୍ମଣୀ ନଦୀ ବନ୍ୟା ସମୟରେ ଆଂଶିକ ଓ ବେଳେ ବେଳେ ସମ୍ପୂର୍ଣ୍ଣ ବୁଡି ଯାଏ l ମୂର୍ତ୍ତିଟିର ମସ୍ତକରୁ ପାଦ ପର୍ଯ୍ୟନ୍ତ ଚଉରାଳିଶ ଫୁଟ ଆଠ ଇଞ୍ଚ l

ଏହାର ସ୍ଥାପତ୍ୟ ର ବିଶେଷତ୍ୱ ହେଲା ଯେ, ଏହାଙ୍କ ମସ୍ତକରେ ସପ୍ତଫଣୀ ଅନନ୍ତ, ଚତୁର୍ଭୁଜ ରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ରହିଛି l ମସ୍ତକରେ କିରୀଟ କୁଣ୍ଡଳ, ଦେହରେ ଉପବୀତ ରହିଛି l ନାଭିରୁ ପଦ୍ମ ଫୁଲ ବାହାରିଛି l ସେହି ପଦ୍ମ ଫୁଲ ଉପରେ ଚତୁର୍ମୁଖ ବ୍ରହ୍ମା ଖୋଦେଇ ହୋଇଛନ୍ତି l ଗୋଡ଼ ଦୁଇଟି ତ୍ରିଭଙ୍ଗ ଛନ୍ଦ ରେ ରହିଛି l

ବ୍ରାହ୍ମଣୀ ନଦୀର ପୂର୍ବ ପାର୍ଶ୍ୱ ରେ ଖୋଦିତ ଏହି ମୂର୍ତ୍ତି ଏକ ସୁଦୀର୍ଘ ସୁବିଶାଳ ପ୍ରସ୍ତର ଚଟାଣ ରେ ନିର୍ମିତ l ଭୌମକର ରାଜତ୍ୱ କାଳରେ ସ୍ଥାନୀୟ କୋଦାଳକ ମଣ୍ଡଳ ବଂଶୀୟ ରାଜା ମାନେ ଏହାକୁ ଖ୍ରୀ 850 ରୁ 900 ମଧ୍ୟରେ ନିର୍ମାଣ କରିଥିଲେ l ଏହି କୀର୍ତ୍ତି ଓଡ଼ିଶାର ଏକ ବିରଳ ପ୍ରତ୍ନତାତ୍ଵିକ ବିଭବ l ଏହାକୁ ASI ରକ୍ଷଣା ବେକ୍ଷଣ କରୁଛି |ଆସନ୍ତୁ ବୁଲିଯିବା ଏହି ରାମଣୀୟ ପର୍ଯ୍ୟଟନ ସ୍ଥାନ କୁ ଆଉ ଦେଖିବା ଅନନ୍ତ ଶୟନ ବିଷ୍ଣୁ ଭଗବାନଙ୍କୁ |

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.