Take a fresh look at your lifestyle.

ବାଉଁଶକଣ ଗ୍ରାମରେ ୧୩ ରୁ ତ୍ରିଦିନାତ୍ମକ ବିଶ୍ୱଶାନ୍ତି ନାମ ଓ ଜ୍ଞାନଯଜ୍ଞ

0 38

Get real time updates directly on you device, subscribe now.

ଭୁବନ: ଭୁବନ ସହର ଉପକଣ୍ଠସ୍ଥ ବାଉଁଶକଣ ଗ୍ରାମ ମା’ ମଙ୍ଗଳା ଙ୍କ ପୀଠରେ ଆସନ୍ତା ୧୩ ତାରିଖ କୁମ୍ଭସଂକ୍ରାନ୍ତୀ ଠାରୁ ତିନିଦିନ ବ୍ୟାପି ଚତୁର୍ଥ ବାର୍ଷିକ ବିଶ୍ୱଶାନ୍ତି ନାମ , ଘୃତ , ଜପ ଓ ଜ୍ଞାନଯଜ୍ଞ ସରକାରଙ୍କ କୋଭିଡ ନିର୍ଦେଶ ଅନୁଯାୟୀ ଅନୁଷ୍ଠିତ ହେବ ।

୧୩ ତାରିଖ ରବିବାର ଅଙ୍କୁରାରୋପଣ , ମଣ୍ଡଳୀକରଣ ଓ ଶୁଭଅଧିବାସ , ୧୪ ତାରିଖସୋମବାର କଳସଯାତ୍ରା ,ସର୍ବ ଦେବାଦେବୀ ଆବାହନ , ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ , ଶାଲା ପୂଜା ଓ ସନ୍ଧ୍ୟା ପ୍ରବଚନ , ୧୫ ତାରିଖ ମଙ୍ଗଳବାର ସୂର୍ଯ୍ୟପୂଜା , ଗୋପୂଜା , ଷୋଡଶ ଉପଚାର ପୂଜା , ଚଣ୍ଡୀପୂଜା ଓ ସନ୍ଧ୍ୟା ପ୍ରବଚନ , ୧୬ ତାରିଖ ବୁଧବାର ସୂର୍ଯ୍ୟପୂଜା , ଗୋପୂଜା , ସର୍ବ ଦେବାଦେବୀ ଆହୂତୀ, ଚରୁ , ପୂର୍ଣ୍ଣାହୂତୀ , ଦେବତା ବିସର୍ଜନ ଓ ସନ୍ଧ୍ୟା ପ୍ରବଚନ ଅନୁଷ୍ଠିତ ହେବ ।

ଏଥିରେ ପୀତାମ୍ବର ଦାସଜୀମହାରାଜ ଙ୍କ ସମେତ ଆଚାର୍ଯ୍ୟ ଗୋପାଳ କୃଷ୍ଣ ଦାଶ , ସନ୍ତୋଷ କୁମାର ସର , କଥାବ୍ୟାସ ପଣ୍ଡିତ ଶ୍ରୀରାମ ନିରଂଜନ ପ୍ରମୁଖ ଯୋଗଦେଇ ସୁନ୍ଦରକାଣ୍ଡ ପ୍ରବଚନ ଦେବେ ବୋଲି ଆବାହକ ଶ୍ରୀକାନ୍ତ କର (ଚଗଲି) ଜଣାଇଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.