Take a fresh look at your lifestyle.

ମୁନଲାଇଟ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0 21

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ଚାଉଳିଆ ପଞ୍ଚାୟତ ଅନ୍ତର୍ଗତ ଟଭାପାଳ ଗ୍ରାମରେ ଚାଲିଥିବା ୨୩ ତମ ମୁନଲାଇଟ କପ କ୍ରିକେଟ ଖେଳ ଉଦଯାପିତ ହୋଇଯାଇଛି । ଉଦଯାପନୀ ମ୍ୟାଚ ଜଙ୍ଖିରା ଏବଂ କଙ୍କଡାହାଡ ମଧ୍ୟରେ ଅନୁ୍ଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିଣି ଜଙ୍ଖିରା ୯ ୱିକେଟ ହରାଇ ୧୨୮ ରନ ସଂଗ୍ରହ କରିଥିବା ବେଳେ ଜବାବରେ କଙ୍କଡାହାଡ ମାତ୍ର ୧୨୧ ରନ କରି ପରାଜିତ ହୋଇଥିଲେ ।

ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ସରପଞ୍ଚ ବିମ୍ବାଧର ରାଉତ, ସମ୍ମାନୀତ ଅତିଥି ଭାବରେ ନକୁଳ ରାଉତ ଯୋଗଦେଇ ଚାମ୍ପିଆନ ଦଳକୁ ପୁରସ୍କୃତ କରିଥିଲେ । ଆଜିର ଖେଳକୁ ଜାହାଙ୍ଗିର ମହମ୍ମଦ ପରିଚାଳନା କରିଥିଲେ । ଚଳିତ ବର୍ଷ ମ୍ୟାନ ଅଫ ଦି ମ୍ୟାଚ ଭାବରେ ନଗେନ ମହାରଣା ପୁରସ୍କୃତ ହୋଇଥିଲେ । ଏହି ଖେଳକୁ ମୁନ ଲାଇଟ କ୍ରିକେଟ କ୍ଳବର ଅଜୟ ମହାଳିକ, ପରମାନନ୍ଦ ସାହୁ, ୟାବିକ ମହମ୍ମଦ ଙ୍କ ସହିତ ଅନ୍ୟାମାନେ ଯୋଗଦେଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.