Take a fresh look at your lifestyle.

ଜଳ ଓ ପରିମଳ ସମ୍ପର୍କିତ କର୍ମଶାଳା

0 1

Get real time updates directly on you device, subscribe now.

ଢେଙ୍କାନାଳ : ଫାନ୍ସା ଇଣ୍ଡିଆ ,ଆଇ.ଆଇ.ଓ୍ଵାଇ.ଡି ଓଡ଼ିଶା ଓ ଇ ଓଆଇ ପି ସହାୟତାରେ ଫ୍ରେଣ୍ଡ୍ ସ୍ଵେଚ୍ଛାସେବୀ ସଙ୍ଗଠନ ଦ୍ଵାରା ସୋଗରପସି ଗ୍ରାମପଞ୍ଚାୟତର ପାରିଖେଦାଠାରେ ଏବଂ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆଶୀର୍ବାଦ ଆନୁକୂଲ୍ୟରେ ରାଧାଦେଇପୁର ଗ୍ରାମରେ ଜଳ ଓ ପରିମଳ ସମ୍ବନ୍ଧୀୟ ମାନବିକ ଅଧିକାର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି |

କର୍ମଶାଳା ରେ ଜନସାଧାରଣଙ୍କ କର୍ତ୍ତବ୍ୟ ଓ ଭୂମିକା ବିଷୟକ ଦୁଇଟି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଶୀର୍ବାଦ ତରଫରୁ ସମ୍ପାଦକ ଅମ୍ବିକା ପ୍ରସାଦ ମିଶ୍ର ଓ ଫ୍ରେଣ୍ଡ୍ ର ନିର୍ଦେଶକ ପ୍ରତାପ ରାଉତ ଉପସ୍ଥିତ ରହି ଏହି ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ତାଲିମରେ ଛାତ୍ର ଛାତ୍ରୀ, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ତଥା ଗ୍ରାମପଞ୍ଚାୟତର ବୁଦ୍ଧିଜୀବିମାନେ ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ବ୍ଲକ ଓ ଜିଲ୍ଲା ସ୍ତରରେ ପହଞ୍ଚାଇଵା ଲକ୍ଷ୍ୟରେ ଏକ କାର୍ଯ୍ୟକାରୀ କମିଟି ମଧ୍ୟ ଗଠନ କରାଯାଇଛି।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.