Take a fresh look at your lifestyle.

ହାତୀ ଭାଙ୍ଗିଲେ ବିଦ୍ୟାଳୟ ପାଚେରୀ

0 10

Get real time updates directly on you device, subscribe now.

ଓଡାପଡା :ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ଅନ୍ତର୍ଗତ ଚାଇଁପୁର ମଣିଦେବୀ ଉଚ୍ଚ ବିଦ୍ୟାଳୟର ପାଚେରୀ ଭାଙ୍ଗି ହାତୀପଲ କଦଳୀ ବଗିଚା ନଷ୍ଟ କରିଥିବାର ଜଣାପଡିଛି । ଶନିବାର ବିଳମ୍ବିତ ରାତିରେ ଖାଦ୍ୟ ପାଇଁ ହାତୀ ମାନେ ମଠରଗଡି ସଂରକ୍ଷିତ ଜଙ୍ଗଲରୁ ବାହାରି ମଣିଦେବୀ ଉଚ୍ଚ ବିଦ୍ୟାଳୟପରିସରରେ ପ୍ରବେଶ କରିଥିଲେ ।

ସେଠାରେ ଥିବା କଦଳୀ ଗଛ ଭାଙ୍ଗି ଖାଇବା ପରେ ଉତ୍ତର ପାଖରେ ଥିବା ୩୦ଫୁଟର ପାଚେରୀ ଭାଙ୍ଗି ପୁଣି ଜଙ୍ଗଲ ଭିତରକୁ ଚାଲିଯାଇଥିଲେ । ଗତ ଦୁଇମାସ ତଳେ ୧ଲକ୍ଷ ୯୦ ହଜାର ଟଙ୍କା ବ୍ୟୟ ଅଟକଳରେ ଏହି ପାଚେରୀ ନିର୍ମାଣ କରାଯାଇଥିଲା ।

ବନ ବିଭାଗ ପକ୍ଷରୁ ତଦନ୍ତ କରାଯାଇ କ୍ଷତିପୂରଣ ପ୍ରଦାନ କରିବାକୁ ବିଦ୍ୟାଳୟର ସଭାପତି ମୋହନମୁରାରୀ ମିଶ୍ର ଦାବୀ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.