Take a fresh look at your lifestyle.

ପ୍ରଦର୍ଶନୀ ମ୍ୟାଚରେ ସାମ୍ବାଦିକ ସଂଘ କୁ ହରାଇ କଳା ପରିଷଦ ବିଜୟୀ

0 61

ଭୁବନ:ଭୁବନ ମିନି ଷ୍ଟାଡିୟମ ଠାରେ ବୁଧବାର ସାମ୍ବାଦିକ ସଂଘ ଏବଂ କଳାପରିଷଦ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସାମ୍ବାଦିକ ସଂଘକୁ ହରାଇ କଳା ପରିଷଦ ବିଜୟ ଲାଭ କରିଥିଲା। ପ୍ରଥମେ ଟସ ଜିଣି କଳାପରିଷଦ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ମଧ୍ୟରେ ୬ ଓ୍ଵିକେଟ ହରାଇ ୧୦୩ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଆକାଶ ସାହୁ ସର୍ବାଧିକ ୩୩ ବଲର ସମ୍ମୁଖୀନ ହୋଇ ୪୯ ରନ ସଂଗ୍ରହ କରିଥିଲେ । ସେଥିରେ ୩ଟି ଛକା ଓ ୬ଟି ଚଉକା ସାମିଲ କରିଥିଲେ ।

ଜବାବରେ ସାମ୍ବାଦିକ ସଂଘ ୧୫ ଓଭର ବ୍ୟାଟିଂ କରି ୬ ୱିକେଟ ହରାଇ ୮୩ ରନ କରି ପରାଜିତ ହୋଇଥିଲେ । ସାମ୍ବାଦିକ ସଂଘ ପକ୍ଷରୁ ବିପ୍ଳବ ରାଉଳ ୨୨ ଟି ବଲର ସମ୍ମୁଖୀନ ହୋଇ ସର୍ବାଧିକ ୧୭ ରନ ସଂଗ୍ରହ କରିଥିଲେ । ସେଥିରେ ୧ଟି ଚଉକା ସାମିଲ କରିଥିଲେ । ଶ୍ରେଷ୍ଠ ଖେଳାଳି ରୁପେ ଆକାଶ ସାହୁଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

ଖେଳ ଶେଷରେ ଭୁବନ ବିଜ୍ଞ୍ୟାପିତ ଅଂଚଳ ପରିଷଦର ପୂର୍ବତନ ଅଧକ୍ଷ ନନ୍ଦକିଶୋର ସାହୁ, ଭୁବନ ବ୍ଲକ ଅଧକ୍ଷ ଧର୍ମାନନ୍ଦ ବରାଳ, ଭୁବନ ମହିଳା ମହାବିଦ୍ୟାଳୟର ଅଧକ୍ଷ ଦିଲ୍ଲୀପ କୁମାର ଦାସ ଅତିଥି ରୁପେ ଯୋଗଦେଇ ଶ୍ରେଷ୍ଠ ଖେଳାଳି ଙ୍କୁ ପୁରସ୍କାର ବିତରଣ କରିଥିଲେ ଖେଳକୁ ସବ୍ୟସାଚି ସାହା ଓ ପ୍ରଭଞନ ବେହେରା ପରିଚାଳନା କରିଥିବା ବେଳେ ପ୍ରଜିତ କିଶୋର ସାହୁ ଓ ସତ୍ୟବାଦୀ ସେନାପତି ଧାରା ବିବରଣୀ ପ୍ରଦାନ କରିଥିଲେ ।

ଆସନ୍ତା ଗୁରୁବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ସୋଆ ୟୁନିଭରସିଟି ଭୁବନେଶ୍ବର ଏବଂ ଆୟୋଜକ ଭୁବନ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହବ ବୋଲି ଆୟୋଜକ ଙ୍କ ପକ୍ଷରୁ କୁହାଯାଇଛି ।

- Advertisement -

Leave A Reply

Your email address will not be published.