Take a fresh look at your lifestyle.

ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୁହ ତିନିଦିନିଆ କ୍ରିଡା ପ୍ରତିଯୋଗିତା ଉଦ୍ଘାଟିତ

0 5

ଢେଙ୍କାନାlଳ: ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ଦାଣ୍ଡିମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ତିନିଦିନିଆ ଜିଲ୍ଲା ବିଦ୍ୟାଳୟ ସମୁହ ଖୋ-ଖୋ, କବାଡି ଓ ଫୁଟ୍ବଲ୍ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଅଛି ।

ପ୍ରଥମ ଦିବସରେ ୧୪ ଓ ୧୭ ବର୍ଷରୁ କମ୍ ବାଳକ ବାଳିକା ବିଭାଗର ଖୋ-ଖୋ ଚମ୍ପିୟନସିପ୍ ପ୍ରତିଯୋଗିତାକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସଦ ମହେଶ ସାହୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା କ୍ରିଡା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବେ ସଦର ବ୍ଲକ୍ ଅଧିକାରୀ ବ୍ରହ୍ମାନନ୍ଦ ରାଉତ, ଓଡାପଡା ବ୍ଲକ୍ ଶିକ୍ଷାଧିକାରୀ ପ୍ରଫୁଲ୍ଲ କୁମାର କାଲୋ, ଜିଲ୍ଲା ଶାରୀରିକ ଶିକ୍ଷାନିରୀକ୍ଷକ ଜ୍ୟୋତିପ୍ରସାଦ ପରିଡା, ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ହୃଦାନନ୍ଦ ଦ୍ୱିବେଦୀ, ପରିଚାଳନା କମିଟିର ସଦସ୍ୟ ଶେଖର ସେଠୀ ପ୍ରମୁଖ ଯୋଗଦେଇଥିଲେ ।

ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରିଣୀ ବିନିତା ସେନାପତି ଅଧ୍ୟକ୍ଷତା କରିଥିଲେ । ଶେଷରେ ଦାଣ୍ଡିମାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମର କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରତିଯୋଗିତାରେ ୮ଟି ବ୍ଲକ୍ର ୩୮୪ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି ।

ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିରାଳ ସରକାରୀ ଉଚ୍ଚ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ବିପିନି ବିହାରୀ ସାହୁ ମଂଚ ପରିଚାଳନା କରିଥିବାବେଳେ ଏହି ପ୍ରତିଯୋଗିତାକୁ ଅନିଲ୍ ନନ୍ଦ, ଜୟନ୍ତୀ ବେହେରା, ରାମକୃଷ୍ଣ ବେହେରା, ସୁବ୍ରତ ମିଶ୍ର, ଜୀବନଜ୍ୟୋତି ବିଶ୍ୱାଳ, ଅଚୁ୍ୟତାନନ୍ଦ ସାହୁ, ପ୍ରଦୀପ ଦଳେଇ, ନବକିଶୋର ବେହେରା, ସରିତା ବିଶ୍ୱାଳ, ସରିତା ରାଉତ, ଲକ୍ଷ୍ମଣ ନାୟକ, ତ୍ରିଲୋଚନ ସାହୁ, ଦୁର୍ଯେ୍ୟାଧନ ପାଣି, ଉମାକାନ୍ତ ଦାସ, ସାଗର ରାଉତ, ନରେନ୍ଦ୍ର ଗୋଚ୍ଛାୟତ, ସ୍ୱର୍ଣ୍ଣାଞ୍ଜଳି ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ ।

- Advertisement -

Leave A Reply

Your email address will not be published.