Take a fresh look at your lifestyle.

ଦେଓଗାଁ ‌ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

0 17

Get real time updates directly on you device, subscribe now.

ଢେଙ୍କାନାଳ: ଗଁଦିଆ ବ୍ଳକ ର ଦେଓଗାଁ ‌ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ସ୍ଥାନୀୟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଦ୍ୟାଧର ପରିଡ଼ା ଙ୍କ ଅଧ୍ୟକ୍ଷତାରେ ସେପ୍ଟେମ୍ବର ମାସ ଅଣତିରିଶି ତାରିଖ ଶୁକ୍ରବାର ଦିନ ପୂର୍ବାହ୍ନ ଦଶ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଦେଓଗାଁ ଗ୍ରାମ ପଞ୍ଚାୟତ ର ସରପଞ୍ଚ ବିଜୟ କୁମାର ଦେହୁରୀ, ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ହରିହର ସାହୁ, ସମ୍ମାନିତ ଅତିଥି ଭାବେ ଗଁଦିଆ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସତୃଘ୍ନ ଖଣ୍ଡା, ଦେଓଗାଁ ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଗୋବିନ୍ଦ ଚନ୍ଦ୍ର ପତି, ଅନୁଷ୍ଠାନ ପ୍ରେମୀ କୃଷ୍ଣ ଚନ୍ଦ୍ର ପତି, ଦେଓଗାଁ ପ୍ରାଥମିକ ବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ସର୍ବେଶ୍ଵର ସାହୁ, ଯୋଗଦାନ କରିଥିଲେ ଓ ବକ୍ତବ୍ୟ ମାଧ୍ଯମରେ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।

ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଦର୍ଶନ ପରିଡ଼ା ସ୍ବାଗତ ଭାଷଣ ଦେଇଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ। ସୁରଭି କାର୍ଯ୍ୟକ୍ରମ ରେ ଦେଓଗାଁ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ମାନଙ୍କ ସହିତ କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସକ୍ରିୟ ସହଯୋଗ କରିଥିଲେ। ସଫଳ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ‌ ପୁରସ୍କାର ପ୍ରଦାନ କରାଯାଇଥିଲା। କୃତିପ୍ରତିଯୋଗୀମାନ ଙ୍କ ମନରେ ଆନନ୍ଦ ଭରି ଯାଇଥିଲା।

ସମସ୍ତ ପ୍ରଥମ ସ୍ଥାନ ଅଧିକାର କରିଥିବା ସଫଳ ପ୍ରତିଯୋଗୀମାନଙ୍କୁ ଅକ୍ଟୋବର ମାସ ତିନି ତାରିଖ ଦିନ ହେଉଥିବା ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଯୋଗଦାନ କରିବା ପାଇଁ ସ୍ଥାନୀୟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ପରିଡ଼ା ପରାମର୍ଶ ଦେଇଥିଲେ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.