Take a fresh look at your lifestyle.

ଜିଲ୍ଲାସ୍ତରୀୟ ପୋଷଣ ଅଭିଯାନ ଅନ୍ତର୍ଗତ ପୋଷଣ ମାସ ପାଳନ ଉପଲକ୍ଷେ ବିତର୍କ ଓ ଡ୍ରଇଂ ପ୍ରତିଯୋଗିତା

0 10

Get real time updates directly on you device, subscribe now.

ଢେଙ୍କାନାଳ :ସ୍ଥାନୀୟ ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟରେ ଢେଙ୍କାନାଳ ଜିଲ୍ଲାସ୍ତରୀୟ ପୋଷଣ ମାସ ଅଭିଯାନ ଅନ୍ତର୍ଗତ ପୋଷଣ ମାସ ପାଳନ ଉପଲକ୍ଷେ ବିତର୍କ ଓ ଡ୍ରଇଂ ପ୍ରତିଯୋଗିତା -୨୦୨୩ ସିଡ଼ିପିଓ କାର୍ଯ୍ୟାଳୟ ପକ୍ଷରୁ ଢେଙ୍କାନାଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଆବାହକତ୍ୱରେ ଜିଲ୍ଲା ପ୍ରଶାସନ ଆୟୋଜନରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଢେଙ୍କାନାଳର ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ୱାଳଙ୍କ ମାର୍ଗଦର୍ଶନ ଓ ପ୍ରେରଣାରେ ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ବଳିଷ୍ଠ ନେତୃତ୍ବ ଓ ସଂଯୋଜନାରେ ସଂସ୍କୃତି ବିଭାଗ ଦାୟିତ୍ୱରେ ଥିବା ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ଓ ସଂସ୍କୃତ ଶିକ୍ଷକ ଦୀପ୍ତିଶ୍ କୁମାର ଶତପଥିଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ ତଥା କାର୍ଯ୍ୟକ୍ରମର ସଂଯୋଜକ ଡ଼ା.ଦେବୀ ପ୍ରସାଦ ମିଶ୍ର ସ୍ଵୀୟ ସ୍ବାଗତ ଭାଷଣ,କାର୍ଯ୍ୟକ୍ରମର ଲକ୍ଷ୍ୟ,ଉଦ୍ଦେଶ୍ୟ ତଥା ସୁଦୂରପ୍ର ସାରୀ ଆଭିମୁଖ୍ୟ ପ୍ରଦାନ ଅବସରରେ ସୂପୋଷିତ ଭାରତ, ସାକ୍ଷର ଭାରତ, ସଶକ୍ତ ଭାରତ ପରିକଳ୍ପନା ପାଇଁ ପୁଷ୍ଟିକର ଖାଦ୍ୟର ଗୁରୁତ୍ୱକୁ ସମସ୍ତେ ଉପଲବ୍ଧି କରି ଏଥିପାଇଁ ସମସ୍ତେ ଆଗେଇ ଆସିବା ପାଇଁ ଦୃଢ଼ ଆହ୍ଵାନ ଜଣାଇବା ସଙ୍ଗେ ସଙ୍ଗେ ଜନସଚେତନତାର ବଳିଷ୍ଠ ବାର୍ତ୍ତା ପ୍ରଦାନ କରିଥିଲେ ।

ଲକ୍ଷ୍ମୀଧର ମ୍ୟୁନିସିପାଲଟି ହାଇସ୍କୁଲ୍, ଭାନିରାମ ମଡେଲ ହାଇସ୍କୁଲ୍, ବଳଭଦ୍ରପୁର ସମେତ ଜିଲ୍ଲାର ଅନେକ ଅନୁଷ୍ଠାନର ଛାତ୍ରୀ ଛାତ୍ର , ଶିକ୍ଷୟିତ୍ରୀ, ଶିକ୍ଷକ ଏହି କାର୍ଯ୍ୟକ୍ରମରେ ସକ୍ରିୟ ତଥା ସଫଳ ଅଂଶଗ୍ରହଣ କରିଥିଲେ।ବିଦ୍ୟାଳୟର ପ୍ରାକ୍ତନ ଅବସର ପ୍ରାପ୍ତ କଳା ଶିକ୍ଷକ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ଓ ସୁଭାଷ କୁମାର ନନ୍ଦ ଏହି ଉଭୟ ପ୍ରତିଯୋଗିତାରେ ବିଚାରକ ଭାବରେ ଉପସ୍ଥିତ ରହି ପ୍ରତିଯୋଗୀ ଛାତ୍ରୀ ଛାତ୍ର ମାନଙ୍କର ପ୍ରଦର୍ଶନକୁ ମୂଲ୍ୟାୟନ କରି ପ୍ରତ୍ୟେକ ବିଭାଗରୁ ଶ୍ରେଷ୍ଠ ତିନି ଜଣ ଲେଖାଏଁ ସଫଳ ପ୍ରତିଯୋଗୀ ମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଶଂସା ପତ୍ର ଓ ପୁରସ୍କାର ପାଇବାକୁ ମନୋନୀତ କରିଥିଲେ।

ବିତର୍କ ବିଭାଗରେ ବି. ବି. ସରକାରୀ ହାଇସ୍କୁଲ୍ ର ଉଭୟ ଦଶମ ଶ୍ରେଣୀର ଛାତ୍ର ଆଶୁତୋଷ ରାଉତ ପ୍ରଥମ ଓ ମନୋରଞ୍ଜନ ସାମଲ ତୃତୀୟ ସ୍ଥାନ ହାସଲ କରିଥିବାବେଳେ ସୁଲକ୍ଷଣା ଦେବୀ ସରକାରୀ ହାଇସ୍କୁଲ୍ ର ନବମ ଶ୍ରେଣୀର ଛାତ୍ରୀ ଦ୍ଵିତୀୟ ସ୍ଥାନ ହାସଲ କରିଥିଲେ।

ସେହିପରି ଡ୍ରଇଂ ପ୍ରତିଯୋଗିତାରେ ସୁଲକ୍ଷଣା ଦେବୀ ସରକାରୀ ହାଇସ୍କୁଲ୍ ର ନବମ ଶ୍ରେଣୀର ଛାତ୍ରୀ ସ୍ୱାଗତିକା ବେହେରା ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ବି. ବି. ସରକାରୀ ହାଇସ୍କୁଲ୍ ର ଉଭୟ ନବମ ଶ୍ରେଣୀର ଛାତ୍ର ଖଗେଶ୍ବର ପାତ୍ର ଦ୍ଵିତୀୟ ଓ ଶୁଭମ୍ ମିଶ୍ର ତୃତୀୟ ସ୍ଥାନ ହାସଲ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ୬୦୦ରୁ ଉର୍ଦ୍ଧ୍ବ ସମସ୍ତ ଛାତ୍ରୀଛାତ୍ରମାନେ, ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀ ମାନେ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ, ଉପସଭାପତି ସୁପ୍ରଭା ସ୍ୱାଇଁ, ସଦସ୍ୟା ଝରଣା ପାତ୍ର, ମୀନା ନାଏକ,ସୀମା ରାଣୀ ସାହୁ, ପ୍ରଭାସିନୀ ସାହୁ, ବିଜୟଲକ୍ଷ୍ମୀ ଜେନା, ଲକ୍ଷ୍ମୀକାନ୍ତ ଜେନା,ଦିଲାବର ହୁସେନ, ବିରଞ୍ଚି ନାଏକଙ୍କ ସମେତ ବରିଷ୍ଠ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣମୟୀ ଶତପଥି,ସୁନିତାବାଳା ଷଡ଼ଙ୍ଗୀ, ସ୍ୱାଗତିକା ରଥ, ସୁଜାତା ପଣ୍ଡା,ସୁଚିତ୍ରା ସାହୁ, କିରଣମୟୀ ମହାଳିକ,କଲ୍ୟାଣୀ ବଡ଼ଜେନା,ଅନୁପମା ପଣ୍ଡା, କ୍ଷୀରାବଧିତନୟା ମହାପାତ୍ର, ସ୍ମିତିସୁଧା ଜେନା,ଅନିତା ସାହୁ, ସ୍ମିତା ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ବିଶ୍ବାଳ,ଶୁଭଶ୍ରୀ ଦେବସ୍ମିତା ରାଉତ,ସୁଜିତ କୁମାର ବାରା,ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ, ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ଓ ସଫଳ ଅଂଶଗ୍ରହଣ କରିଥିଲେ।

ପରିଶେଷରେ କାର୍ଯ୍ୟକ୍ରମର ସଂଯୋଜକ ଡ଼ା. ଦେବୀ ପ୍ରସାଦ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.