Take a fresh look at your lifestyle.

ଅଜଣା ଗାଡ଼ି ଧକ୍କାରେ ମହିଳା ମୃତ

0 1

Get real time updates directly on you device, subscribe now.

ଭୁବନ ୨୭.୯- ଭୁବନ ଥାନା ଅନ୍ତର୍ଗତ ୫୩ ନମ୍ୱର ଜାତୀୟ ରାଜପଥ ର ଶାମଳ ଛକ ନିକଟରେ ଆଜି ଅପରାହ୍ନ ୩ ଘଟିକା ସମୟରେ ଅଜଣା ଗାଡ଼ି (ଟ୍ରକ୍) ଧକ୍କାରେ ଜଣେ ମହିଳା ଙ୍କ ର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ମହିଳା ଜଣକ ଶାମଳ ଗ୍ରାମର ସ୍ବର୍ଗତ ତ୍ରିଲୋଚନ ଥାଟୋଇ ଙ୍କ ଝିଅ ଶଙ୍ଖି ଥାଟୋଇ (୬୦) ବୋଲି ଥାନା ସୂତ୍ରରୁ ଜଣାପଡିଛି।

ଦୁର୍ଘଟଣା ଘଟିବା ପରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା ଓ ଭୁବନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ଏ ସଂପର୍କ ରେ ଭୁବନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଜାରି ରହିଛି।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.