Take a fresh look at your lifestyle.

ଦୋଳମଣ୍ଡପ ସାହିରେ ମା’ମଙ୍ଗଳାଙ୍କ ଖୁଦୁରୁକୁଣୀ ଓଷା

0 7

Get real time updates directly on you device, subscribe now.

ଢେଙ୍କାନାଳ: ଢେଙ୍କାନାଳ ଦୋଳମଣ୍ଡପ ସାହି ସ୍ଥିତ ମଙ୍ଗଳା ମନ୍ଦିର ନିକଟରେ ୨୨ ବର୍ଷ ଧରି ଖୁଦୁରୁକୁଣୀ ଓଷା ପାଳିତ ହୋଇଆସୁଛି । ସକାଳୁ ଝିଅମାନେ ଫୁଲ ତୋଳି,ମାଳଗୁନ୍ଥୀ, ବାଲୁକା ପୂଜା କରିଥିଲେ । ବାଳୁକା ପୂଜା ସହିତ ମା’ଙ୍କ ପୂଜା ହୋଇଥିଲା । ସନ୍ଧ୍ୟା ରେ ଆଳତି କରିଥିଲେ ।

ଝୁଣା, ଦୀପ ଧୂପ ଦେଇ ରାତ୍ର ପୂଜା କରିଥିଲେ । ଖୁଦୁରୁକୁଣି ଓଷା ବହି ପଠନ କରିଥିଲେ । ଉଖୁଡା,ରାଶି ଲଡୁ, କଦଳୀ ନଡ଼ିଆ ବିଭିନ୍ନ ଫଳମୂଳ ଭୋଗ ମା’ଙ୍କ ପାଖରେ ଲାଗି କରାଯିବା ସହ ବୋଇତ ବନ୍ଦାଣ ହୋଇଥିଲା । ସକୁନ୍ତଳା ବେହେରା, ସ୍ୱାଗତିକା ସାମଲ,ସୁକାନ୍ତି ପରିଡ଼ା, ରିଙ୍କି ଷଣ୍ଢ, ବର୍ଷା ଷଣ୍ଢ,ସିମାଲି ଷଣ୍ଢ,ମାମାଲି ବେହେରା ଓ ସମସ୍ତ ଝିଅ ବୋହୂମାନେ ୪ପାଳି ନିଷ୍ଠାର ସହ ମା’ଙ୍କ ପୂଜାକୁ ପାଳନ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.