Take a fresh look at your lifestyle.

ଭୁବନରେ ଗଣେଶ ଭସାଣି ଉତ୍ସବ

ବାଜା, ବାଣ,ନୃତ୍ୟ ଗୀତ ରେ ସହର ପ୍ରକମ୍ପିତ

0 17

ଭୁବନ ୨୯.୯- ବିଘ୍ନ ବିନାଶକ,ବିଦ୍ୟାଦାତା, ଅଗ୍ରପୂଜ୍ୟ ପ୍ରଭୁ ଗଜାନନ ଙ୍କ ଭସାଣି ଉତ୍ସବ ଯାକ ଯମକରେ ଅନୁଷ୍ଠିତ ହେଉଛି । ବାଜା,ବାଣ ,ନୃତ୍ୟ ଗୀତ ରେ ସାରା ସହର ଦୁଲୁକୁଛି । ଗତ ୧୯ ତାରିଖ ଠାରୁ ୧୯ ଟି ମଣ୍ଡପ ରେ ପୂଜା ପାଉଥିବା ଗଣେଶ ଗତକାଲି ମେଲଣ ଅନୁଷ୍ଠିତ ହେବ ପରେ ଆଜି ଭସାଣି ଉତ୍ସବ ଅନୁଷ୍ଠିତ ହୋଇଛି ।

ସଭାପତି ସୁବ୍ରତ କୁମାର ସାହୁ ଦିବା ୧୧ ଘଟିକା ସମୟରେ ରାମ ମନ୍ଦିର ସମ୍ମୁଖରେ ନଡ଼ିଆ ଭାଙ୍ଗି ଭସାଣି ଉତ୍ସବ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ଯାତ୍ରା ଆରମ୍ଭ ହୋଇଥିଲା । ଗୋଲ୍ଡେନ କ୍ଲବ, ଗ୍ଲୋରିୟସ କ୍ଲବ,ନାଇସ କ୍ଲବ, ମୁନଷ୍ଟାର କ୍ଲବ,କିଙ୍ଗ ଷ୍ଟାର କ୍ଲବ, ବ୍ରିଲିୟାଣ୍ଟ କ୍ଲବ, ୱାରିଅର କ୍ଲବ,ଗଣପତ୍ କ୍ଲବ,ରୟାଲିନ କ୍ଲବ, ଡେଭିଲ କ୍ଲବ,ରେବିଲୟନ୍ସ କ୍ଲବ, ଡ଼ାଇନାମିକ କ୍ଲବ, ଗ୍ୟାଙ୍ଗ ଷ୍ଟାର କ୍ଲବ, ଡାଜ୍ ଲିଙ୍ଗ କ୍ଲବ, ଏକ୍ସସାଇଟେଡ କ୍ଲବ, ସୂର୍ଯ୍ୟାଂସୁ କ୍ଲବ, ସ୍ପ।ର୍କଲର୍ କ୍ଲବ, ଫ୍ରେଣ୍ଡସିପ କ୍ଲବ, ରକ୍ ଷ୍ଟାର ପ୍ରଭୃତି କ୍ଲବ କ୍ରମାନ୍ୱୟରେ ଭସାଣି ଯାତ୍ରା ରେ ସାମିଲ ହୋଇ ରାମ ମନ୍ଦିର ଛକ , ଲାତବିଲ,ଗୋଡ଼ି ପୋଖରୀ ଛକ,ନୂଆ ବଜାର (ବସ ଷ୍ଟାଣ୍ଡ) ,ଗୁଜୁରି ହାଟ, ଦୁର୍ଗା ଛକ,ଲକ୍ଷ୍ମୀ ଛକ,ବଣିଆ ସାହି ଦେଇ ସହର ପରିକ୍ରମା କରୁଛନ୍ତି ।

ସମୁଦାୟ ୨୦ ଟି ମେଢ଼ ଯାତ୍ରାରେ ସାମିଲ ହୋଇଛି । ଗଣେଶ ପୂଜା ଶାନ୍ତି କମିଟି ସଭାପତି ସୁବ୍ରତ କୁମାର ସାହୁ, ଜେନିଥ କ୍ଲବ ସମ୍ପାଦକ ପ୍ରଭାସ ମେହେଣା,ଶାନ୍ତି କମିଟି ଉପ ସଭାପତି ବିନୋଦ ମହାରଣା,ଶ୍ରୀ ଗଣେଶ ୱେଲ ଫେୟାର୍ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ସମ୍ପାଦକ ଦୀପକ କୁମାର ବେହେରା ଙ୍କ ନେତୃତ୍ୱରେ ଯାକ ଜମକରେ ଗଣେଶ ପୂଜା ଭସାଣି ପାଳିତ ହେଉଛି ।

ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ କାମାକ୍ଷା ନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରଭାତ କୁମାର ତ୍ରିପାଠୀ ଙ୍କ ତତ୍ତ୍ଵାବଧାନରେ ଜିଲ୍ଲାର ବିଭିନ୍ନ ଥାନା ଅଧିକାରୀ ଓ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

- Advertisement -

Leave A Reply

Your email address will not be published.