Take a fresh look at your lifestyle.

ଗାଇଗୋରୁ ଓ ଛେଳି ମେଣ୍ଢା ଫାଟୁଆ ରୋଗରେ ଆକ୍ରାନ୍ତ

0 13

Get real time updates directly on you device, subscribe now.

ଢେଙ୍କାନାଳ : ସଦର ବ୍ଲକ୍ ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରାମପଂଚାୟତର ଗେଙ୍ଗୁଟିଆ, ଦୁଧପାଳ, କେଂଚୁଆବେରେଣୀ, ପୋଡାଖୁଂଟିଆ ଗ୍ରାମରେ ଗାଇଗୋରୁ, ଛେଳି-ମେଣ୍ଢା ଆଦି ଗୃହପାଳିତ ପଶୁ ଫାଟୁଆ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଅଂଚଳ ଅଧିବାସୀମାନେ ଚାଷୀ ତଥା ଗୃହପାଳିତ ପଶୁମାନଙ୍କ ଉପରେ ନିର୍ଭର କରି ଚାଷ କରିଥାନ୍ତି । ଢେଙ୍କାନାଳ ସହର ଠାରୁ ଏହି ପଂଚାୟତଟି ମାତ୍ର ୧୦ କି.ମି. ଅଟେ ।

ଏଠାରେ ଗୋଟିଏ ପ୍ରାଣୀ ଚିକିତ୍ସା କେନ୍ଦ୍ର ରହିଥିଲେ ମଧ୍ୟ ଉପଯୁକ୍ତ ବା ଅଭିଜ୍ଞ ପ୍ରାଣୀ ଚିକିତ୍ସକ ନଥିବାରୁ ଗ୍ରାମାଂଚଳର ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଠାରେ ଉଲ୍ଲେଖ ଥାଉକି, ଚାଷୀମାନେ ଗୋପାଳନର ସ୍ୱାସ୍ଥ୍ୟ ସେବା ସଠିକ୍ ରୂପେ ପାଇପାରୁ ନାହାଁନ୍ତି । ଜଣେ ଭେଟ୍ନାରୀ ଟେକ୍ନିସିଆନ୍ଙ୍କୁ ଆଜକୁ ୫/୬ ମାସ ହେବ ନିଯୁକ୍ତି କରାଯାଇଅଛି । ଆଜକୁ ଦୁଇମାସ ତଳେ ଫାଟୁଆ ରୋଗରେ ଗାଇଗୋରୁ, ଛେଳି, ମେଣ୍ଢା ଆକ୍ରନ୍ତ ଥିଲେ ମଧ୍ୟ କୌଣସି ଟୀକାକରଣ ହୋଇପାରୁନାହିଁ । ଏହି ଅଂଚଳରେ ୨୦ ରୁ ୨୫ଟି ଗାଇ ଓ ବାଛୁରୀ ଗୋ-ବସନ୍ତ ରୋଗରେ ଆକ୍ରାନ୍ତ ହୋଇଛନ୍ତି ।

ଚାଷୀ ଗୋବର୍ଦ୍ଧନ ମଲ୍ଲିକ, ପ୍ରକାଶ ଚନ୍ଦ୍ର ମଲ୍ଲିକ, ପଦ୍ମନାଭ ରାଉତଙ୍କ ସମେତ ଅନେକ ଚାଷୀଙ୍କର ଗାଈ ଓ ବାଛୁରୀ ଆକ୍ରାନ୍ତ ହୋଇଛନ୍ତି । ଗେଙ୍ଗୁଟିଆ ଗ୍ରାମପଂଚାୟତର ୫ନମ୍ବର ୱାର୍ଡର ସଭ୍ୟ ପ୍ରଦୀପ କୁମାର ମଲ୍ଲିକ ସରକାରୀ ସ୍ତରରେ ଜଣାଇଥିଲେ ମଧ୍ୟ କୌଣସି ସୁବିଧା ସୁଯୋଗ ବା ରୋଗ ନିରାକରଣ ପାଇଁ ଔଷଧ ଦିଆଯାଇ ନାହିଁ । ଗରୀବ ଚାଷୀମାନେ ବାହାରୁ ପ୍ରାଣୀ ଚିକିତ୍ସକଙ୍କୁ ଡାକି ୫୦୦/୬୦୦ଟଙ୍କା ଔଷଧ ବାବଦରେ ଖର୍ଚ୍ଚ କରୁଛନ୍ତି । ତେଣୁ ତୁରନ୍ତ ସରକାର ଏହାର ସମାଧାନ କଲେ ଅଂଚଳବାସୀ ଉପକୃତ ହେବେ ବୋଲି ନିବେଦନ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.