Take a fresh look at your lifestyle.

ଇ.ପି.ଏଫ୍. ପେନସନର୍ସ ମାନଙ୍କ ଗାନ୍ଧୀମୂର୍ତୀ ତଳେ ଧାରଣା

0 9

Get real time updates directly on you device, subscribe now.

ଢେଙ୍କାନାଳ : ଅଲ୍ ଓଡିଶା ଇପିଏଫ୍ ପେନସନର୍ସ ଆସୋସିଏସନ୍ର ଢେଙ୍କାନାଳ ଶାଖା ତରଫରୁ ସ୍ଥାନୀୟ ବସ୍ଷ୍ଟାଣ୍ଡ ନିକଟସ୍ଥ ମହାତ୍ମାଗାନ୍ଧୀଙ୍କ ମୂର୍ତୀ ତଳେ ପୂର୍ବାହ୍ନ ୧୧ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଏକ ଦୁଇ ଘଂଟିଆ ଗଣଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ସାରା ଦେଶରେ ଇପିଏଫ୍ ପେନ୍ସନ୍ଭୋଗୀମାନେ ୫ଶହ ଟଙ୍କାରୁ ଆରମ୍ଭ କରି ଦୀର୍ଘବର୍ଷ ଧରି ଯେଉଁ ପେନ୍ସନ୍ ପାଇ ଆସୁଛନ୍ତି ତାହା କେନ୍ଦ୍ର ସରକାରଙ୍କ ତରଫରୁ ବୁଦ୍ଧି କରାଯାଉନାହିଁ କିମ୍ବା ଏହା ଉପରେ ମହଙ୍ଗା ଭତା ପ୍ରଦାନ କରାଯାଉନାହିଁ । ଏହି ସ୍ୱଳ୍ପ ପେନ୍ସନ୍ ପାଇଁ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ କୌଣସି ପ୍ରକାର ସାମାଜିକ କଲ୍ୟାଣକାରି ଯୋଜନାରୁ ଏହି ବର୍ଗର ବରିଷ୍ଠ ନାଗରିକମାନେ ବଂଚିତ ହେଉଛନ୍ତି ।

ଏହାର ପ୍ରତିବାଦରେ ଆଜି କେନ୍ଦ୍ରୀୟ ଏବଂ ରାଜ୍ୟ ସଂଗଠନର ଆହ୍ୱାନ କ୍ରମେ ଆଜି ଏହି ଗଣଧାରଣା ଦିଆଯାଇଥିଲା । ଏମାନଙ୍କର ଦାବି ହେଉଛି ଯେ, କେନ୍ଦ୍ର ସରକାର ଇପିଏଫ୍ ର ସର୍ବନିମ୍ନ ମାସିକ ୯୦୦୦ ଟଙ୍କା ପେନ୍ସନ୍ ସହିତ ମହଙ୍ଗା ଭତା ପ୍ରଦାନ କରନ୍ତୁ ଏବଂ ରାଜ୍ୟ ସରକାର ଏମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରି ବୃଦ୍ଧ ବୟସରେ ଚିକିତ୍ସା ସୁବିଧା ଯୋଗାଇ ଦିଅନ୍ତୁ ।

ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲା ଶାଖା ସଂଘର ସଭାପତି ଜ୍ୟୋତି ରଞ୍ଜନ ମହାପାତ୍ର, ଉପସଭାପତି ହୃଦାନନ୍ଦ ପ୍ରଧାନ, ଶରତ କୁମାର ରଥ, ସଂପାଦକ ସଦାଶିବ ମିଶ୍ରଙ୍କ ସହିତ ଜିଲ୍ଲା ସଂଗଠନ ସମସ୍ତ କର୍ମକର୍ତାମାନେ ଉପସ୍ଥିତ ରହି ଗଣଧାରଣାକୁ ସଫଳ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.