Take a fresh look at your lifestyle.

ରେକର୍ଡ ଯାଗାରେ ଯୋରଜବରଦସ୍ତ ରାସ୍ତା ନିର୍ମାଣକୁ ବିରୋଧ

0 12

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମପଂଚାୟତ ଅନ୍ତର୍ଗତ ନୂଆଗାଁ ବାହାଣିଆ ସାହିର ଶିଶିର ରାଜଙ୍କ ଧର୍ମପତ୍ନୀ ମମତା ବେହେରା ନିଜ ରେକର୍ଡ ଜାଗାରେ ରାସ୍ତା ନିର୍ମାଣକୁ ବିରୋଧ କରି ଆଜି ଜିଲ୍ଲାପାଳଙ୍କୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲଳିତ ମୋହନ ବେହେରାଙ୍କୁ ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି ।

ପ୍ରକାଶ ଯେ, ମମତା ଜଣେ କୈବର୍ତ ଜାତିର ଓ ଅତି ଗରିବ ପରିବାର ଅଟନ୍ତି । ସେ ତାଙ୍କ ବାପାଙ୍କ ଜାଗାରେ ଏକ ଘର ନିର୍ମାଣ କରି ବୃଦ୍ଧା ବାପା ଓ ମାଙ୍କୁ ଧରି ରହିଆସୁଛନ୍ତି । ବାପା ଜଣେ ଭିନ୍ନକ୍ଷମ ଓ ମା’ଙ୍କର ବୃଦ୍ଧାବସ୍ଥା ହୋଇ ଥିବାରୁ ଚଳପ୍ରଚଳ କରିପାରୁ ନାହାଁନ୍ତି । ତାଙ୍କ ଘରର ଦକ୍ଷିଣ ପାଶ୍ୱର୍ରେ ପ୍ରାୟ ୪୮ ଡେସିମିଲିର ସରକାରୀ ଜାଗା ରହିଥିବାବେଳେ ସେଠାରେ ରାସ୍ତା ନିର୍ମାଣ ନକରି ମମତାଙ୍କ ଜାଗା ଉପରେ ରାସ୍ତା ନିର୍ମାଣ କରୁଥିବାରୁ ଅଭିଯୋଗ କରିଛନ୍ତି ।

ପଂଚାୟତର କିଛି ମୁଷ୍ଟିମେୟ ଓ ଗୁଣ୍ଡା ଶ୍ରେଣୀର ବ୍ୟକ୍ତି ସନ୍ତୋଷ ଭୂୟା, ପିତା-ଭାସ୍କର ଭୂୟାଁ ଏବଂ ଟୁରୁ ଭୂୟାଁ, ପିତା-ତ୍ରିଲୋଚନ ଭୂୟାଁ ଯୋଜର ଜବଦସ୍ତ ରାସ୍ତା ନିର୍ମାଣ କରୁଛନ୍ତି ବୋଲି କହିଛନ୍ତି । ଏ ବିଷୟରେ ତାଙ୍କ ଭିନ୍ନକ୍ଷମ ବାପାଙ୍କୁ ନେଇ ସଦର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଥାନା ଅଧିକାରୀଙ୍କ ନିଦେ୍ର୍ଦଶକୁ ଖାତିର୍ ନକରି ଗତ ୧୨.୦୯.୨୦୨୩ରିଖ ଜବରଦସ୍ତ ଜାଗା ଉପରେ ରାସ୍ତା ନିର୍ମାଣ କରିଛନ୍ତି ।

ମମତା ଏହାକୁ ବିରୋଧ କରିବାରୁ ଉକ୍ତ ବ୍ୟକ୍ତିମାନେ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିବା ସହିତ କେଉଟ ଜାତି ହୋଇ ଏତେ ଦିମାକ୍ ଦେଖାଉଛୁ ବୋଲି କହି ଯୋର୍ ଯାର ମୁଲକ ତା’ର ବୋଲି କହି ଧମକ୍ ଦେଇଛନ୍ତି । ସନ୍ତୋଷ ଭୂୟାଁଙ୍କର ଭାଇବୋହୁ ସରପଂଚ ଅଛନ୍ତି ।

ତେଣୁ କାହାକୁ ନଡରି ଧମକ ଦେଇ ଜୀବନରେ ମାରି ଦେବାକୁ କହିଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି । ଉକ୍ତ ବ୍ୟକ୍ତିମାନଙ୍କ ଦୌରାତ୍ମ୍ୟକୁ ସହ୍ୟ ନକରିପାରି ଆଜି ଜିଲ୍ଲାପାଳଙ୍କୁ ଏକ ଅଭିଯୋଗ ପତ୍ର ଦେବା ସହ ତାଙ୍କୁ ସୁରକ୍ଷା ଦେଇ ଉକ୍ତ ରାସ୍ତା ନିର୍ମାଣକୁ ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି ।

- Advertisement -

Leave A Reply

Your email address will not be published.