Take a fresh look at your lifestyle.

ସଦର ବ୍ଲକ୍ ପ୍ରାଥମିକ ଶିକ୍ଷକଶିକ୍ଷୟିତ୍ରୀଙ୍କ ଗଣଧାରଣା

0 145

Get real time updates directly on you device, subscribe now.

ଢେଙ୍କାନାଳ : ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ର ଆହ୍ୱାନ କ୍ରମେ ପ୍ରାଥମିକ ଶିକ୍ଷକଙ୍କର ତିନିଦଫା ଦାବୀ ପୂରଣ ପାଇଁ ଗତ ଅଗଷ୍ଟ ୫ ତାରିଖରେ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଥିଲା । ତଦନୁଯାୟୀ ପ୍ରାଥମିକ ଶିକ୍ଷକମାନେ ଆଶା ରଖିଥିଲେ ଯେ ସେପ୍ଟେମ୍ବର ୫ ତାରିଖ ପବିତ୍ର ଗୁରୁଦିବସ ଅବସରରେ ସରକାର ଦାବୀଗୁଡିକ ପୂରଣ କରି ଗୁରୁଙ୍କୁ “ଗୁରୁଭେଟି’ ପ୍ରଦାନ କରିବେ ।

ମାତ୍ର ସେପରି କିଛି ନହେବାରୁ ଏହା ସମସ୍ତ ପ୍ରାଥମିକ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଗଭୀର ଆଘାତ ଦେଇଛି । ପ୍ରାଥମିକ ଶିକ୍ଷାରୁ ଠିକା ବ୍ୟବସ୍ଥା ଉଚ୍ଛେଦ କରିବା, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରିବା, ନୂତନ ପେନ୍ସନ୍ ବ୍ୟବସ୍ଥା ଉଚ୍ଛେଦ କରି ପୂରୁଣା ପେନ୍ସନ୍ ବ୍ୟବସ୍ଥା ଲାଗୁ କରିବା ଓ କଳା ଓ କ୍ରୀଡା ଶିକ୍ଷକଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବା ଆଦି ଦାବୀ ସଂପର୍କରେ ସରକାରଙ୍କ ସହିତ ପ୍ରାଥମିକ ଶିକ୍ଷକ ସଂଘ ବହୁବାର ଆଲୋଚନା କରିଥିଲେ ।

ସରକାର ଦାବୀ ପୂରଣ ଦିଗରେ ଟାଳଟୁଳ ନୀତି ଅବଲମ୍ବନ କରିଆସୁଛନ୍ତି । ଏହାର ପ୍ରତିବାଦରେ ରାଜ୍ୟ ସଂଘ ଓ ଜିଲ୍ଲା ସଂଘର ଆହ୍ୱାନ କ୍ରମେ ସଦର ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ସେପ୍ଟେମ୍ବର ୮ ତାରିଖରୁ ଗୋଷ୍ଠୀ ଶିକ୍ଷାଧିକାରୀ, ଢେଙ୍କାନାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା କରିଆସୁଅଛି ।

ତଥାପି ସରକାର ଦାବୀ ପ୍ରତି ଭୃକ୍ଷେପ ନକରିବାରୁ ପ୍ରାଥମିକ ଶିକ୍ଷକଶିକ୍ଷୟିତ୍ରୀମାନେ ଆନେ୍ଦାଳନକୁ ଜୋର୍ଦାର କରି ଗୁରୁବାର ଠାରୁ ସମୁହ ଛୁଟି ନେଇ ଧାରଣାରେ ସାମିଲ୍ ହୋଇଛନ୍ତି । ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଶିକ୍ଷକଶିକ୍ଷୟିତ୍ରୀମାନେ ଧାରଣାରୁ ହଟିବେ ନାହିଁ ବୋଲି ବଜ୍ର ଶପଥ ନେଇଛନ୍ତି । ଆଗାମୀ ଦିନରେ ସମସ୍ତ ବର୍ଗର ଶିକ୍ଷକ କାର୍ଯ୍ୟ ବନ୍ଦ କରି ସ୍କୁଲ୍ରେ ତାଲା ଝୁଲାଇ ଧାରଣାରେ ସାମିଲ୍ ହେବା ସହିତ ଗଣଧାରଣାକୁ ଅଧିକ ତୀବ୍ରତର କରିବେ ବୋଲି ସୂଚନା ଦେଇଛନ୍ତି ।

ଏ ଗଣଧାରଣାରେ ଶିକ୍ଷକ ନେତା ନିରାକାର ବେହେରା, ବୈରାଗୀ ସେଠୀ, ଶତୃଘନ ମଲ୍ଲିକ, ବିକାଶ ଜେନା, ଦିଲ୍ଲୀପ ପଣ୍ଡା ଓ ବିଷ୍ଣୁ ମଲ୍ଲିକଙ୍କ ସମେତ ଶତାଧିକ ଶିକ୍ଷକଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.