Take a fresh look at your lifestyle.

ଯୁବ ବ୍ୟବସାୟୀ ପ୍ରସନ୍ନ ଚିନରା ଙ୍କ ଅକାଳ ବିୟୋଗ

0 16

Get real time updates directly on you device, subscribe now.

ଭୁବନ : ଭୁବନ ଏନ୍ ଏ ସି ଅନ୍ତର୍ଗତ ୧୨ ନମ୍ୱର ୱାର୍ଡ ବ୍ରାହ୍ମଣୀ ଦେବୀ ଛକ ନିବାସୀ ଶେଷଦେବ ଚିନରା ଙ୍କ ବଡ଼ ପୁଅ ଯୁବ ବ୍ୟବସାୟୀ ପ୍ରସନ୍ନ କୁମାର ଚିନରା ଓରଫ ଲିଟୁ (୪୨) ଙ୍କ ଅକାଳ ବିୟୋଗ ହୋଇଯାଇଛି । ଉଚ୍ଚ ରକ୍ତଚାପ ରେ ପୀଡ଼ିତ ହୋଇ ଗତ କିଛି ଦିନ ହେଲା ସେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ରେ ଚିକିତ୍ସିତ ହେଉଥିବା ବେଳେ ଆଜି ପ୍ରାତଃ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଅପରାହ୍ନ ୩ ଘଟିକା ସମୟରେ ତାଙ୍କ ମର ଶରୀର ଭୁବନ ରେ ପହଞ୍ଚିଲା ପରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶବାଧାରରେ ସାମିଲ ହୋଇଥିଲେ । ବୁଦ୍ଧେଶ୍ୱର ଶ୍ମଶାନ ରେ ଅନ୍ତିମ ସଂସ୍କାର କରାଯାଇଥିଲା।

ସ୍ବର୍ଗତ ପ୍ରସନ୍ନ ଙ୍କ ଗୋଟିଏ ପାଞ୍ଚ ବର୍ଷ ର ପୁଅ ଓ ୪ ମାସର ଝିଅ ଟିଏ ଅଛି ।ସ୍ବର୍ଗତ ପ୍ରସନ୍ନ ଜଣେ ସଫଳ ଯୁବ ବ୍ୟବସାୟୀ ଓ ଅତ୍ୟନ୍ତ ମେଳାପି ସ୍ଵଭାବ ର ଯୁବକ ହୋଇଥିବାରୁ ତାଙ୍କ ବିୟୋଗ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.