Take a fresh look at your lifestyle.

ମିଶନ୍ ଇନ୍ଦ୍ରଧନୁଷ୍ ୫.୦ ଉଦ୍ଘାଟିତ

0 15

Get real time updates directly on you device, subscribe now.

ଢେଙ୍କାନାଳ : ସଦର ବ୍ଲକ ନାଗିଆପଶି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡାହିମାଳ ଗ୍ରାମର ଅଙ୍ଗନବାଡି କେନ୍ଦ୍ର ପରିସରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ସମ୍ପୂର୍ଣ୍ଣ ଟୀକାକରଣ ନିମନ୍ତେ ମିଶନ୍ ଇନ୍ଦ୍ରଧନୁଷ୍ ଆଜି ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ଏହି ମିଶନର ଲକ୍ଷ ଓ ଉଦେଶ୍ୟ ଉପରେ ସଚେତନ କରାଇଥିଲେ ।

ଏଥିରେ ସମ୍ମାନିତ ଅତିଥି ଭାବରେ CHC ବେଲଟିକିରି ର ଭାରପ୍ରାପ୍ତ ଚିକତ୍ସା ଅଧିକାରୀ ଡ଼ା. ବିଜିତା ସୁଭଦ୍ରା ସତପଥି,ପଞ୍ଚାୟତର ସରପଞ୍ଚ କୃଷ୍ଣଚନ୍ଦ୍ର ବେହେରା ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ ।

, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଭାରତୀ ପଣ୍ଡା, ନନ୍ଦ କିଶୋର ମଲିକ, ଆସିଷ୍ଟାଣ୍ଟ ମ୍ୟାନେଜର ସଂଗ୍ରାମ ଷଡ଼ଙ୍ଗୀ, dvlm ତ୍ରିଲୋଚନ ପରିଡା,ICA ରାଜା ସ୍ୱାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ I BPM ଦେବାଶିଷ ମାନସିଂହ, PHEO , health worker, anm, ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ଗ୍ରାମ ବାସୀ ଉପସ୍ଥିତ ରହିଥିଲେ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.