Take a fresh look at your lifestyle.

ସୁର୍ଯ୍ୟ ପାତ୍ରଙ୍କ ସ୍ମୃତିଚାରଣ ଜିଲ୍ଲା ବିଜେଡି

0 10

ଢ଼େଙ୍କାନାଳ : ପୁର୍ବତନ ବାଚସ୍ପତି ଓ ପୁର୍ବତନ ମନ୍ତ୍ରୀ ତଥା ଦିଗପହଣ୍ଡି ବିଧାୟକ ସୁର୍ଯ୍ୟନାରାୟଣ ପାତ୍ରଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ବିଜୁ ଜନତା ଦଲ ଜିଲ୍ଲା ସଭାପତି ଡ ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିଚାରଣ ଓ ଶୋକସଭା ବିଜୁ ଜନତା ଦଳ ଜିଲ୍ଲା କାର୍ଯ୍ୟାଳୟ ଠାରେ ଶୁକ୍ରବାର ପୁର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା ।

ଏହି ଶୋକ ସଭାରେ ରାଜ୍ୟ ଖଣି , ଇସ୍ପାତ ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ କୁମାର ମଳ୍ଲିକ ଯୋଗଦେଇ ସୁର୍ଯ୍ୟନାରାୟଣ ପାତ୍ରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅପଣ କରି ସ୍ୱର୍ଗତ ସୁର୍ଯ୍ୟ ନାରାୟଣ ପାତ୍ରଙ୍କ ରାଜନୈତିକ ଜୀବନର ଗୁଣାବଳୀ ଉପରେ ଅଲୋଚନାକରି ତାଙ୍କର ଦଳ ପାଇଁ ନିଷ୍ଠାପର ମନୋଭାବକୁ ମନେପକାଇଥିଲେ । ସେ ୧୯୭୭ ମସିହାରୁ ତାଙ୍କର ରାଜନୈତିକ କାର୍ଯ୍ୟ ଆରମ୍ଭ କରିବା ସହ ବ୍ରହ୍ମପୁର ମୁନିସିପାଲିଟିର କାଉନସିଲର ଭାବେ ରାଜନିତୀରେ ପ୍ରବେଶ କରି ସେ ୭ଥର ବିଧାୟକ ହୋଇ ଛନ୍ତି ବୋଲି କହିଥିଲେ ।

ଜିଲ୍ଲା ସଭାପତି ଡ଼ ନୃସିଂହ ଚରଣ ସାହୁ ସୁର୍ଯ୍ୟ ପାତ୍ର ଜଣେ ଉଚ୍ଚକୋଟିର ରାଜନୈତିଜ୍ଞ ବ୍ୟକ୍ତି ଥିଲେ ସେ ୧୯୯୦ ରୁ ୨୦୦୦ଯାଏଁ ଜନତା ଦଳ ଟିକେଟରୁ ନିର୍ବାଚନ ଲଢି ମୋହନା ନିର୍ବଚନ ମଣ୍ଡଳିରୁ ବିଧାୟକ ହୋଇଥିଲେ । ସେତବେଳେ ସେ ବିଜୁ ବାବୁଙ୍କ ସରକାରରେ ଜଙ୍ଗଲ, ମସô୍ô୍ୟ ଓ ପଶୁସମ୍ପଦ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ ।

ପରେ ୨୦୦୦ ମସିହାରେ ନବୀନ ପଟ୍ଟନାୟକଙ୍କ ସରକାରରେ ଶକ୍ତି, ବିଜ୍ଞାନ, ଓ କାରିଗରି କୌଶଳ, ପରିବେଶ, ପର୍ଯ୍ୟଟନ , ସୁଚନା ଓ ପ୍ରଯୁକ୍ତିବିଦ୍ୟା, ସଂସ୍କୃତି, ରାଜସ୍ୱ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ , ସମବାୟ, ଅବାକରୀ ଭଳି ବହୁ ଗୁରୁତ୍ୱ ପୁର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବା ସହ ୨୦୧୯ ମସିହାରେ ସେ ବିଧାନ ସଭାର ବାଚସ୍ପତି ଭାବେ ଦାୟୀତ୍ୱ ନେଇଥିଲେ । ସେ ଜଣେ ଅମାୟିକ ବ୍ୟକ୍ତିଥିଲେ ଆମେ ତାଙ୍କୁ ଆନ୍ନା ବୋଲି ଡାକୁଥିଲୁ ।

ତାଙ୍କର ବିୟୋଗରେ ଦଳ ଜଣେ ନିଷ୍ଟାପର ଲୋକଙ୍କୁ ହରାଇଲା ବୋଲି କହିବା ସହ ତାଙ୍କତ ସ୍ମୃତିଚାରଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ବନ ଉନ୍ନୟନ ନିଗମ ଉପଦେଷ୍ଟା ତଥା ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦେବୀପ୍ରସାଦ ଭୁତିଆ, ବିଜୁ ଜନତା ଦଳ ଢେଙ୍କାନାଳ ନଗର ସଭାପତି ଇନ୍ଦ୍ରମଣି ବେହେରା, ମହିଳା ବିଜେଡି ରାଜ୍ୟ ଉପ ସଭାନେତ୍ରୀ ସାଇଶ୍ରୀ ପଟ୍ଟନାୟକ, ଜିଲ୍ଲା ବିଜେଡି ମହିଳା ସଭାନେତୀ୍ର ସାଗରିକା ମିଶ୍ର ପୁର୍ବତନ ବାଚସ୍ପତି ସ୍ୱର୍ଗତ ସୁର୍ଯ୍ୟ ପାତ୍ରଙ୍କ ସ୍ମୃତିଚାରଣ କରିଥିବା ବେଳେ ଛାତ୍ର ବିଜେଡି ସଭାପତି ସୁରଜ ମହାପାତ୍ର, ଜିଲ୍ଲା ସମ୍ପାଦିକା ତିଳୋତ୍ତମା ଚୌଧୁରୀ, ପୁର୍ବତନ ନଗରପାଳ ସୁଧାଶୁଂ ଦଳେଇ,ଯୁବନେତା ଶ୍ରୀକାନ୍ତ ଧଳ, ଜିଲ୍ଲା ବିଜେଡି ସମ୍ପାଦକ ସଞୟ ମଲ୍ଲିକ, କାଉନସିଲର ଅଭିମନୁ୍ୟ ପଣ୍ଡା, ପୁର୍ବତନ କାୁନସିଲର ଜ୍ଞାନଚାନ୍ଦ ମିଶ୍ର , ରୁଦ୍ରାନ୍ତ ଦଳେଇ, ବିଜୁ ଯୁବ ଜନତା ଦଳ ନଗର ସଭାପତି ବହ୍ମାନନ୍ଦ ସାହୁ, ଜିଲ୍ଲା ଡିଜିଟାଲ ମେଡିଆ ସମ୍ପାଦକ ଗଙ୍ଗାଧର ରାଉତ, ପ୍ରତାପ ଦାସ, ମହିଲା ବିଜେଡି ଉପ-ସଭାନେତ୍ରୀ ଉର୍ବଶି ମହାପାତ୍ର , ଶ୍ରଦ୍ଧାଞଳୀ ସାହୁ , ନିରୁପମା ପଣ୍ଡା,ମାମିନା ଦିକ୍ଷି୍ତ, ବୁଢିବିଲି ସମିତି ସଭ୍ୟା ଶୌଭାଗ୍ୟମୟୀ ରାଉତ, ଛାତ୍ର ବିଜେଡି ନଗର ସଭାପତି ସୋନୁରାମ ସିଂ, ଛାତ୍ର ବିଜେଡି ଉପ-ସଭାପତି ଆଶୁତୋଷ କର , ଆଇନଜିବୀ କିଶାନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଢେଙ୍କାନାଳ ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଦେବାଶିଷ ମିଶ୍ର ସ୍ମୃତିଚାରଣ ଓ ଶୋକସଭାକୁ ପରିଚାଳନା କରିଥିବା ବେଳେ ନଗର ସଭାପତି ଇନ୍ଦ୍ରମଣି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀର ,ବିଜେଡି ମହିଳା ଜନତା ଦଳ, ଯୁବ ଜନତା ଦଳ ଓ ଛାତ୍ର ଜନତା ଦଳର ବହୁ କର୍ମକର୍ତ୍ତା ଯୋଗଦେଇଥିଲେ । ସଭା ଆରମ୍ଭରେ ଦିବଙ୍ଗତ ନେତା ସ୍ୱର୍ଗତ ସୁର୍ଯ୍ୟ ନାରାୟଣ ପାତ୍ରଙ୍କ ଅମର ଅତ୍ମାର ସଦ୍ଗତି ନମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

- Advertisement -

Leave A Reply

Your email address will not be published.