Take a fresh look at your lifestyle.

୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ଛାତ୍ର ଛାତ୍ରୀ

0 4

Get real time updates directly on you device, subscribe now.

ଅନୁଗୋଳ : ୫୫ ନମ୍ବର ଜାତୀୟ ରାଜପଥର ବନାଇପାଳ ଛକରେ ଦୀର୍ଘ ୭ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ସ୍ଥାନୀୟ ଅଞ୍ଚଳର ଛାତ୍ର ଛାତ୍ରୀ ମାନେ ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି | ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ହଜାର ହଜାର ସଂଖ୍ୟାରେ ଗାଡି ଛିଡା ହୋଇ ରହିବା ସହ ଯାତାୟାତ ବନ୍ଦ ହୋଇ ଯାଇଛି | ଗତ କାଲି ବନରପାଳ ଉଚ୍ଚ ବିଦ୍ୟାଳୟରୁ ବିଦ୍ୟାଳୟ ଛୁଟି ପରେ ଜଣେ ଛାତ୍ରୀ ଟ୍ରକ ଚାପାରେ ମୃତ୍ୟୁ ହୋଇଥିଲା |

ଜାତୀୟ ରାଜପଥ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥିବା ବେଳେ ଏହାର ମରାମତି ନେଇ ବାରମ୍ବାର ଦାବୀ ହେଉଥିଲେ ମଧ୍ୟ ଆବଶ୍ୟକ ମରାମତି କରଯାଉ ନଥିବାରୁ ସେହି ରାସ୍ତାରେ ପାଦରେ ଚାଲି ଚାଲି ଯିବା ଅଗମ୍ୟ ହୋଇ ପଡିଛି | ତେଵେ ଗତ କାଲି ରାସ୍ତାରେ ଛାତ୍ରୀ ଜଣକ ମୃତ୍ୟୁ ପରେ ଆଜି ଦିନ ୧ ଘଟିକାରୁ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ରାସ୍ତା ମରାମତି ଦାବୀରେ ଜାତୀୟ ରାଜପଥ ଅବରୋଧ କରି ବସିଛନ୍ତି |

ଖବର ପାଇଁ ଘଟଣା ସ୍ଥଳକୁ ଅନୁଗୋଳ ଉପ ଜିଲାପାଳ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପହଞ୍ଚି ଆଲୋଚନା କରିଥିଲେ ମଧ୍ୟ ରାତି ୮ ଟା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରି ନଥିଲେ | ଅତିରିକ୍ତ ଜିଲାପାଳ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଆଲୋଚନା କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଅଞ୍ଚଳବାସି ଙ୍କ ଆକ୍ରୋଶର ଶିକାର ହୋଇ ଫେରି ଆସିଥିଲେ | ତେଵେ ଛାତ୍ର ଛାତ୍ରୀ ମାନଙ୍କୁ ସମର୍ଥନ ଜଣାଇ ଅଭିଭାବକ, ସ୍ଥାନୀୟ ଗ୍ରାମବାସି, ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ମଧ୍ୟ ଆନ୍ଦୋଳନକୁ ଓଲ୍ଲାଇ ଛନ୍ତି |

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.