Take a fresh look at your lifestyle.

 ଚକ୍ରାନ୍ତ ଚଳାଇଛନ୍ତି କେନ୍ଦ୍ର ଏବଂ ରାଜ୍ୟ ସରକାର -ଆମ୍ ଅଦମୀ ପାର୍ଟି

0 10

Get real time updates directly on you device, subscribe now.

ଢ଼େଙ୍କାନାଳ : ଜିଲ୍ଲାରେ ଆମ୍ ଆଦମୀ ପାର୍ଟିର ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର, କୃଷିର ବିକାଶ ପାଇଁ ରାଜନୀତି ଆରମ୍ଭ ହୋଇଯାଇଛି l ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ତିନି ଦିନ ଢ଼େଙ୍କାନାଳ ନିର୍ବାଚନ ମଣ୍ଡଳୀ ଗସ୍ତ ଶେଷ କରି ଭୁବନେଶ୍ୱର ଫେରିଛନ୍ତି l ପ୍ରଥମ ଦିନ ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲ ଠାରେ ଢ଼େଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀର ଶତାଧିକ ସକ୍ରିୟ କର୍ମକର୍ତ୍ତା ମାନଙ୍କୁ ଉଦବୋଧନ ଦେଇ ଜିଲ୍ଲାର ଅବହେଳିତ ଶିକ୍ଷା ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଆଲୋଚନା କରିଥିଲେ l

କେନ୍ଦ୍ର ଏବଂ ରାଜ୍ୟ ସରକାର ଏସବୁ ପ୍ରତି ଦୃଷ୍ଟି ନଦେଇ କେବଳ ନିର୍ବାଚନ କିପରି ଜିତିବେ ଏବଂ ସାଧାରଣ ଲୋକଙ୍କୁ ଠକି ଭଣ୍ଡି ଭୋଟ ନେବାପାଇଁ ଚକ୍ରାନ୍ତ ଚଳାଇଛନ୍ତି ଏବଂ ଭୋଟର ମାନଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ଜିଲ୍ଲା ସଭାପତି ପଙ୍କଜ ନାୟକ ଅଧ୍ୟକ୍ଷତା କରି କହିଥିଲେ l ଏହି ଅବସରରେ ସଦର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ବିକ୍ରମ ରାଉତ, ଗଁଦିଆ ବ୍ଲକ ସଭାପତି ଶେଷଦେବ ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା, ଯୁବ ସଭାପତି ଅଶ୍ୱିନୀ ପଟ୍ଟନାୟକ, ମିଡ଼ିଆ ସଦସ୍ୟ ଜିତେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l

ଆଜିର ଏହି ମହତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟ ସଭାପତି ଉପସ୍ଥିତ ସମସ୍ତ ସକ୍ରିୟ ସଦସ୍ୟ ମାନଙ୍କୁ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାପାଇଁ ଆହ୍ୱାନ କରିଥିଲେ l ଅପରାହ୍ନ ୪ଟା ବେଳେ ସଦର ବ୍ଲକ ପାଇଁ ସ୍ଥାନୀୟ ମହିଷାପାଟ ଛକ ଠାରେ ଏକ କାର୍ଯ୍ୟାଳୟ ଉଦଘାଟନ କରି ସଂଧ୍ୟlରେ ହୋଟେଲ ଆର କେ ରେଜେନ୍ସି ରେ ଢ଼େଙ୍କାନାଳର ବୁଦ୍ଧିଜୀବୀ ମାନଙ୍କ ସହିତ ଏକ ଆଲୋଚନା ଚକ୍ରରେ ଭାଗ ନେଇଥିଲେ l ଦ୍ୱିତୀୟ ଦିନରେ ଗଁଦିଆ ବ୍ଲକ ଖଙ୍କିରା ମା’ତାରିଣୀ ମନ୍ଦିର ପରିସରରେ ପାଞ୍ଚୋଟି ପଞ୍ଚାୟତର ସକ୍ରିୟ କର୍ମୀ ମାନଙ୍କ ସହିତ ଏକ ବୈଠକରେ ଭାଗ ନେଇଥିଲେ l

ଅପରାହ୍ନରେ ଷଡ଼ଙ୍ଗୀ ପଞ୍ଚାୟତର କର୍ମୀ ମାନଙ୍କ ସହିତ ବୈଠକ କରି ସନ୍ଧ୍ୟା ୫ଟା ରେ ଗଁଦିଆ ପଟଣା ଛକ ଠାରେ ବ୍ଲକ କାର୍ଯ୍ୟାଳୟ ଉଦଘାଟନ କରି ୯ ଟି ପଞ୍ଚାୟତର ସକ୍ରିୟ କର୍ମୀ ମାନଙ୍କୁ ରାଜ୍ୟ ସଭାପତି ଶ୍ରୀ ମହାପାତ୍ର ଜିଲ୍ଲା ତଥା ରାଜ୍ୟର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସ୍ଥିତି ସମ୍ପର୍କରେ ତଥ୍ୟ ଦେଇଥିଲେ l ଗଁଦିଆ ବ୍ଲକର ଶ୍ରୀ ଈଶ୍ୱର ଖଟୁଆଙ୍କ ସହିତ ଶତାଧିକ ନୂତନ ସାଥି ଦଳରେ ଯୋଗ ଦେଇଥିଲେ l ତୃତୀୟ ଦିନ ସକାଳ ଚଲିବା ସମୟରେ ଅନେକ ବୁଦ୍ଧିଜୀବୀ ଏବଂ ନୂତନ ବ୍ୟକ୍ତି ମାନଙ୍କ ସହିତ ଆଲୋଚନା କରି ଢ଼େଙ୍କାନାଳର ସମସ୍ୟା ଏବଂ ବନ୍ଦ ପଡ଼ିଥିବା କଳ କାରଖାନାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ l

ପରେ ସପ୍ତଶଯ୍ୟା ପଞ୍ଚାୟତ ଠାରେ ସଦର ବ୍ଲକର ସକ୍ରିୟ କର୍ମୀ ମାନଙ୍କ ସହିତ ଏକ ବୈଠକରେ ଭାଗ ନେଇଥିଲେ l ଜିଲ୍ଲାର ସମସ୍ତ କର୍ମୀ ମାନଙ୍କୁ ପନ୍ଦର ଦିନର ଏକ ହୋମ୍ ୱାର୍କ ଦେଇ ଅପରାହ୍ନ ତିନିଟା ବେଳେ ଶ୍ରୀ ମହାପାତ୍ର ଭୁବନେଶ୍ୱର ପ୍ରତ୍ୟାବର୍ତନ କରିଥିଲେ l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.