Take a fresh look at your lifestyle.

ସରସ୍ଵତୀ ଶିଶୁବିଦ୍ୟାମନ୍ଦିରରେ ଗୁରୁଦିବସ ପାଳନ

0 14

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଚାଉଳିଆ ଖମାର ସରସ୍ଵତୀ ଶିଶୁବିଦ୍ୟାମନ୍ଦିରରେ ଗୁରୁଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଶିଶୁ ମାନଙ୍କଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ପ୍ରେମାନନ୍ଦ ରାଉତ, ଉପସଭାପତି ବୈକୁଣ୍ଠ ବିହାରୀ ସ୍ବାଇଁ,ସମ୍ପାଦକ ପତିତପାବନ ରାଉତ ଯୋଗଦେଇ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହିତ ପୂର୍ବେ ପ୍ରଚଳିତ ଭାରତୀୟ ଗୁରୁଶିଷ୍ୟ ପରମ୍ପରାର ଉତ୍ତମ ସମାଜ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ବର୍ଣ୍ଣନା କରିଥିଲେ ।

ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଗୁରୁମା’ ଗୁରୁଜୀମାନଙ୍କୁ ଖୁବ ଆଦରେ ପୂଜାର୍ଚ୍ଚନା କରିଥିଲେ ଓ ମିଷ୍ଟାନ୍ନ ଖୁଆଇଥିଲେ । ସେହିପରି ଆଚାର୍ଯ୍ଯ ଆଚାର୍ଯ୍ଯାମାନେ ସମସ୍ତ ଶିଶୁମାନଙ୍କୁ ମଧ୍ଯ ମିଠା ଖୁଆଇଥିଲେ । କାର୍ଯ୍ୟକ୍ରମକୁ ଅଷ୍ଟମ ଶ୍ରେଣୀ ଛାତ୍ର ଶିବଶଙ୍କର ରାଉତ ସଂଯୋଜନା କରିଥିବାବେଳେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯ ଶ୍ରୀନିବାସ ମିଶ୍ର, ରୁନୁ କୁମାରୀ ନାୟକ, ନିରୁପମା ନାୟକ, ନୟନା ବେହେରା,ବନିତା ସତପଥି,ଚିନ୍ମୟୀ ପ୍ରଧାନ, ସୁସ୍ମିତା ସେଠୀ,ସୁସ୍ମିତା ଦାସ,ତ୍ରିଲୋଚନ ବ୍ରହ୍ମ ପ୍ରମୁଖ ଆଚାର୍ଯ୍ଯ ଆଚାର୍ଯ୍ଯା ଉପସ୍ଥିତ ଥିଲେ ।

- Advertisement -

Leave A Reply

Your email address will not be published.