Take a fresh look at your lifestyle.

ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଜନ୍ମାଷ୍ଟମୀ ନିତି ପାଳିତ

0 12

ଢେଙ୍କାନାଳ : ଢେଙ୍କାନାଳ କୈବଲ୍ୟ ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ଜନ୍ମାଷ୍ଟମୀ ନିତି ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି ସ୍ନାନ ବସ୍ତ୍ର ବିଭିନ୍ନ ଫୁଲହାର ତୁଳସୀ ହାର ବଲ୍ଲଭ ଭୋଗ ଲାଗି କରାଯାଇଥିଲା।

୧୦ଟା ବେଳେ ଖେଚେଡ଼ି ଭୋଗ, ମଧ୍ୟାହ୍ନ ରେ ଅନ୍ନ ଧୂପ, ସନ୍ଧ୍ୟା ରେ ଆଳତି ରାତ୍ରର ଧୂପ ପୂର୍ବରୁ ଠାକୁରଙ୍କ ଜନ୍ମ ପୂଜା ମଙ୍ଗଳାର୍ପଣ ପୂଜା କରାଯିବ।ଜମୁନା ନଇ ମନ୍ଦିର ପ୍ରାଙ୍ଗଣରେ ତିଆରି କରାଯିବା ସହ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ଭୋଗ ଲାଗି କରାଯିବ। ରାତ୍ର ଧୂପ ପରେ ପହଡ ପଡ଼ିବ। ପୂଜକ ମଳୟ କର ପୂଜକ ଶ୍ରୀବତ୍ସ ମିଶ୍ର ପୂଜକ ମନସୁମନ ମିଶ୍ର, ପାଳିଆସେବକ ଶମ୍ଭୁନାଥ ମହାପାତ୍ର, ସୁଆର ନିଳମଣୀ ଆଚାର୍ଯ୍ୟ , କାହାଳିଆ ଟିକନ ବେହେରା ଓ ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ଏହି ଜନ୍ମାଷ୍ଟମୀ ନିତି ପାଳନ କରାଯାଇଛି I

- Advertisement -

Leave A Reply

Your email address will not be published.