Take a fresh look at your lifestyle.

ବଣସିଂହ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପବିତ୍ର ଗୁରୁ ଦିବସରେ ଗୁରୁ ପୂଜନ ଉତ୍ସବ ପାଳିତ

0 14

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ସ୍ଥିତ ବଣସିଂହ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ପୁରାତନ ଛାତ୍ର ସଂଘ ତରଫରୁ ଆୟୋଜିତ ଗୁରୁପୂଜନ ଉତ୍ସବ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସୁଲେଖା ରାଉତ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ସଭା ରେ ଜିଲା ପରିଷଦ ର ସଭାପତି ଅର୍ଚ୍ଚନା ପୁହାଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୁରୁ ପଥ ପ୍ରଦର୍ଶକ ବୋଲି କହିଥିଲେ I

ପ୍ରଫେସର ଡାଃ ଭାବନୀ ଶଙ୍କର ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ I ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ସଂକର୍ଷଣ ଶତପଥୀ ଓ ମୁରଲୀ ଧର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ I ପଣ୍ଡିତ ବିପିନ ବିହାରୀ ଶତପଥୀ ସ୍ଵାଗତ ଭାଷଣ ଓ ଯାମିନୀ ହୋତା ଧନ୍ୟବାଦ ଅର୍ପଣ କରିଥିଲେ I ପ୍ରାରମ୍ଭରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ବଣସିଂହ ଅଞ୍ଚଳ ର ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମନଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରିଥିଲେ । ଅତିଥି ମାନଙ୍କ ଦ୍ଵାରା ସେମାନ ଙ୍କୁ ମାନପତ୍ର , ଉତ୍ତରୀୟ ଓ ନାରିକେଳ ଦେଇ ସମ୍ମାନିତ କରଯାଇଥିଲା I

ପ୍ରଥମେ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କର ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ପ୍ରଦିପ ପ୍ରଜ୍ବଳନ କରାଯିବା ପରେ ଛାତ୍ରୀମାନଙ୍କ ସହାୟତା ରେ ଗୁରୁ ବନ୍ଦନା କରାଯାଇଥିଲା। ଗୁରୁ ଦିବସ ସମ୍ପର୍କରେ ପିଲାମାନେ ଓ ପୁରାତନ ଛାତ୍ରଛାତ୍ରୀମାନଙ୍କ ଭାଷଣ ଦେଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.