Take a fresh look at your lifestyle.

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପବିତ୍ର ଗୁରୁ ଦିବସ ମହାସମାରୋହରେ ପାଳିତ

0 13

ଢେଙ୍କାନାଳ : ଢେଙ୍କାନାଳ ସହର ସ୍ଥିତ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପବିତ୍ର ଗୁରୁ ଦିବସ ଉତ୍ସବଟି ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବଟିକୁ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନଙ୍କ ତରଫରୁ ଆୟୋଜନ କରାଯାଇଥିଲା। ପ୍ରାରମ୍ଭରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଶିକ୍ଷକ ଶିକ୍ଷୟିତ୍ରୀମନଙ୍କୁ ଫୁଲ ତୋଡା ଦେଇ ସ୍ବାଗତ କରିଥିଲେ।

ଏହାପରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ଦେହୁରୀ ଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ର ଅନ୍ୟାନ୍ୟ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କର ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ପ୍ରଦିପ ପ୍ରଜ୍ବଳନ କରାଯିବା ପରେ ଛାତ୍ରୀମାନଙ୍କ ସହାୟତା ରେ ଗୁରୁ ବନ୍ଦନା କରାଯାଇଥିଲା।

ଗୁରୁ ଦିବସ ସମ୍ପର୍କରେ ପିଲାମାନେ ଓ ଶିକ୍ଷକ ଶିକ୍ଷୟିତ୍ରମାନଙ୍କ ଭାଷଣ କାର୍ଯ୍ୟକ୍ରର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପିଲାମାନେ ଶିକ୍ଷକ ଶିକ୍ଷୟିତ୍ରମାନଙ୍କୁ ଗୁରୁ ପୂଜନ ଓ ମିଷ୍ଟାନ୍ନ ଖୁଆଇବାର ମଧ୍ୟ ବ୍ୟବସ୍ଥା କରିଥିଲେ। ଉକ୍ତ ସଭାରେ ବିଦ୍ୟାଳର ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ଅମିତା ରଥ, ଶ୍ରୀମତୀ ସ୍ନେହଲତା ତ୍ରିପାଠୀ, ଶ୍ରୀମତୀ ଗିତାଞ୍ଜଳି ମିଶ୍ର, ଶ୍ରୀମତୀ ମିନା କୁମାରୀ ମିଶ୍ର, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ର ପୂର୍ବତନ ଶିକ୍ଷକ ଶ୍ରୀଯୁକ୍ତ ସୁରେଶ କୁମାର ପଣ୍ଡା ଓ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ଜୟନ୍ତୀ ରଥ ଉପସ୍ଥିତ ରହି ପିଲାମାନଙ୍କୁ ଗୁରୁ ଶିଷ୍ୟର ସମ୍ପର୍କ ଓ ସମ୍ପର୍କରେ ଭାଷଣ ପ୍ରଦାନ କରିଥିଲେ।

ପରିଶେଷରେ ଅତିଥି ଶିକ୍ଷୟିତ୍ରୀମାନଙ୍କୁ ଉପଢୌକନ ଓ ଉପହାର ସହିତ ପ୍ରଧାନ ଶିକ୍ଷୟିତ୍ରୀ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ସମ୍ମାନିତ କରିଥିଲେ।

- Advertisement -

Leave A Reply

Your email address will not be published.