Take a fresh look at your lifestyle.

ବରିଷ୍ଠ ନାଗରିକମାନେ ସମାଜର ଅବିଚ୍ଛେଦ୍ୟ ଅଙ୍ଗ

0 15

ଢେଙ୍କାନାଳ : ଢେଙ୍କାନାଳ କାରିଗରସାହିସ୍ଥିତ ଅଭିନନ୍ଦନ ଗାର୍ଡେନ୍ଠାରେ ଢେଙ୍କାନାଳ ବରିଷ୍ଠ ନାଗରିକ ମଂଚର ୧୯ତମ ପ୍ରତିଷ୍ଠା ଦିବସ ଏବଂ ୧୮ତମ ବାର୍ଷିକ ଉତ୍ସବ ସଭାପତି ପ୍ରହଲ୍ଲାଦ ତ୍ରିପାଠୀ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଅଛି ।

ଏଥିରେ ସଂପାଦକ କୃଷ୍ଣ ମୋହନ ସାହୁ ,ଡା. ବିଧୁଭୂଷଣ ନନ୍ଦ, ଡ. ପିତବାସ ଷଡଙ୍ଗୀ, ଅନ୍ନଦାଶଙ୍କର ପତି, ବସନ୍ତ କୁମାର ପଟ୍ଟନାୟକ, ଜମେଶ୍ୱର ପୃଷ୍ଟି, ଅଜୟ କୁମାର ମିଶ୍ର, ଚକ୍ରଧର ସାହୁ, ଭିକାରୀ ଚରଣ ରାଉତ, ନୀଲନ୍ କୁମାର ମିଶ୍ର, କେଶବ ବେହେରା, ବିପିନି ବିହାରୀ ଶତପଥୀ, ଉପେନ୍ଦ୍ର କୁମାର ରାଉତ ନିଜ ନିଜର ବକ୍ତବ୍ୟ ରଖି ସମାଜର ଅବହେଳିତ, ଅସମ୍ମାନିତ ହେଉଛନ୍ତି ତାହାର ନିଖୁଣ ଚିତ୍ର ଉପସ୍ଥାପନ କରିଥିଲେ ।

ବରିଷ୍ଠ ନାଗରିକମାନେ ନିଜର ସମୟକୁ ବିନିଯୋଗ କରିବାକୁ ଚିତବିନୋଦନ ଅନୁଭବ କରାଯାଇ ଏହାର ସମାଧାନ ପାଇଁ ସରକାରଙ୍କ ଗୋଚରାର୍ଥେ ଅବଗତ କରାଗଲା । ଦୁଃସ୍ଥ ଏବଂ ନିସହାୟ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱାସ୍ଥ୍ୟସେବା ଏବଂ ବୃଦ୍ଧାଶ୍ରମର ଗଠନ ସହ ସେମାନଙ୍କର ଥଇଥାନ କରିବା ପାଇଁ ସରକାରଙ୍କୁ ନିବେଦନ କରାଗଲା । ଉପଦେଷ୍ଟା ପ୍ରମୋଦ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Leave A Reply

Your email address will not be published.